Latest Odisha News

BREAKING NEWS

ଟି୨୦ ବିଶ୍ୱକପରେ ରୋହିତ-କୋହଲି ଓପନିଂ କରିବେ : ରିପୋର୍ଟ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଏଥର ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ । କିଛି ଦିନ ମଧ୍ୟରେ ଏ ନେଇ ଭାରତୀୟ ଟିମର ଘୋଷଣା କରାଯିବ । ଚଳିତ ଆଇପିଏଲରେ ପ୍ରଦର୍ଶନକୁ ଭିତି କରି ଭାରତୀୟ ଦଳ ବଛାଯିବ ବୋଲି ଚୟନ କମିଟି ସୂଚନା ଦେଇ ସାରିଛନ୍ତି । ରିପୋର୍ଟ ମୁତାବକ ଚୟନ କମିଟି ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଓପନିଂ କରିବେ ବୋଲି ସୂଚନା ଦେଇଛନ୍ତି । ଯଶସ୍ୱୀ ଜୈସୱାଲଙ୍କ ସୁଯୋଗ ମିିଳିବା ସମ୍ଭାବନା କ୍ଷୀଣ ଥିବା ବେଳେ ଶୁଭମନ ଗିଲ ବ୍ୟାକଅପ ଓପନର ଭାବେ ଦଳରେ ରହିବେ । ସୂର୍ଯ୍ୟକୁମାର ଯାଦବ ତାଙ୍କ ସ୍ଥାନ ସୁରକ୍ଷିତ ରଖିଛନ୍ତି ।

୪ର୍ଥ ସ୍ଥାନରେ ପାୱାର ହିଟର ଭାବେ ଶିବମ ଦୁବେ ଓ ରିୟାନ ପରାଗଙ୍କ ମଧ୍ୟରୁ ଚୟନ କମିଟି ଜଣଙ୍କୁ ଦଳରେ ସାମିଲ କରିପାରନ୍ତି । ଦୁବେ ଆବଶ୍ୟକ ପଡିଲେ ବୋଲିଂ ମଧ୍ୟ କରିପାରିବେ । ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମରେ ନ ଥିଲେ ମଧ୍ୟ ରବୀନ୍ଦ୍ର ଜାଡେଜା ଓ ସେ ଦଳରେ ସ୍ଥାନ ପାଇବା ଏକ ପ୍ରକାର ନିଶ୍ଚିତ ।

ରିଷଭ ପନ୍ତ, କେଏଲ ରାହୁଲ, ଈଶାନ କିଶାନ ଓ ସଞ୍ଜୁ ସାମସନଙ୍କ ମଧ୍ୟରେ ୱିକେଟ କିପର ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବ । ଦୀନେଶ କାର୍ତିକଙ୍କ ନାମ ମଧ୍ୟ ଆଲୋଚନା ହୋଇଛି । ଫିନିଶର ଭାବେ ରିଙ୍କୁ ସିଂ ଏବଂ ମୂଖ୍ୟ ପେସ ବୋଲର ଭାବେ ଯଶପ୍ରୀତ ବୁମରାହ ଖେଳିବା ଏକପ୍ରକାର ନିଶ୍ଚିତ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।

ମୟଙ୍କ ସିଂ, ମହମ୍ମଦ ସିରାଜ, ମୋହସିନ ଖାଁଙ୍କ ମଧ୍ୟରେ କାହାକୁ ଦଳରେ ନେବେ ସେ ନେଇ ଦ୍ୱନ୍ଦ୍ୱରେ ଚୟନ କମିଟି । ସ୍ପିନରଙ୍କ ମଧ୍ୟରେ କୂଲଦୀପ ଯାଦବ ତାଙ୍କ ସ୍ଥାନ ସୁରକ୍ଷିତ ରଖିଛନ୍ତି । ଆଇପିଏଲର ବାକି ମ୍ୟାଚରେ ଖେଳାଳିଙ୍କ ପ୍ରଦର୍ଶନକୁ ଆକଳନ କରିବା ପରେ କିଛି ପରିବର୍ତନ ମଧ୍ୟ କରାଯାଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.