Latest Odisha News

BREAKING NEWS

ଗର୍ଭବତୀ ମହିଳାଙ୍କୁ ଓଡ୍ରାଫ ଟିମ କଲେ ଉଦ୍ଧାର; ବୋଟରେ ଆଣିଲେ

ବ୍ରହ୍ମପୁର:ଅବିଶ୍ରାନ୍ତ ବର୍ଷାରେ ଗଞ୍ଜାମରେ ରେସ୍କ୍ୟୁ ଅପରେସନ। ପାତ୍ରପୁର ବ୍ଲକର ଦୁର୍ଗମ ଅଞ୍ଚଳରେ ଥିବା ବୁରାତାଳ ପଞ୍ଚାୟତ ଅନ୍ତର୍ଗତ ଜାମୁଗଣ୍ଡ ଗ୍ରାମରୁ ଜଣେ ଗର୍ଭବତୀ ମହିଳାଙ୍କୁ ଓଡ୍ରାଫ ଟିମ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଜାମୁଗଣ୍ଡର ଜଣେ ଗର୍ଭବତୀ ମହିଳାଙ୍କୁ ଓଡ୍ରାଫ ଟିମ ମହେନ୍ଦ୍ରତନୟା ନଦୀରେ ଦୀର୍ଘ ତିନି ଘଣ୍ଟାରେ ବୋଟ ସାହାଯ୍ୟରେ ଅଣାଯାଇଥିଲା । ଏହାପରେ ତାଙ୍କୁ ପାତ୍ରପୁର CHCକୁ ନିଆଯାଇଥିଲା ।

ସୂଚନାଥାଉକି, ଜାମୁଗଣ୍ଡ ରେ ୧୪ ପରିବାର ରହୁଛନ୍ତି । ପ୍ରବଳ ବର୍ଷା ରହିଥିବା ଯୋଗୁଁ ପଞ୍ଚାୟତର ଅନେକ ଦୁର୍ଗମ ଗାଁ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ ଏହି ମହିଳା ଜଣକ ଯିବା ପାଇଁ ରାଜି ହୋଇନଥିଲେ । ଜାମୁଗଣ୍ଡ ନାଳର ଅତ୍ୟଧିକ ବର୍ଷାଜଳ ପ୍ରବାହିତ ଯୋଗୁ ଜାମୁଗଣ୍ଡ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ବିଚ୍ଛିନ୍ନ ହୋଇପଡ଼ିଥିଲା।ଶରତ ମଲିକଙ୍କ ଗର୍ଭବତୀ ସ୍ତ୍ରୀ ବେଦନା ଅନୁଭବ କରିବା ପରେ ବିଡ଼ିଓଙ୍କୁ ଜଣାଇଥିଲେ । ଏହାପରେ ଓଡ୍ରାଫ ଟିମ ପହଞ୍ଚି ସତର୍କତାର ସହ ଗର୍ଭବତୀ ମହିଳାଙ୍କୁ ଜାମୁଗଣ୍ଡ ନାଳର ପ୍ରଖର ସ୍ରୋତ ପାର କରାଇ ତାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା।

 

Leave A Reply

Your email address will not be published.