Latest Odisha News

BREAKING NEWS

୮୯୪ ନିଖୋଜ ଶିଶୁ ଉଦ୍ଧାର, ୮ ଦିନରେ ଉଦ୍ଧାର କଲା ଓଡ଼ିଶା ପୋଲିସ 

ଭୁବନେଶ୍ୱର: ରାଜ୍ୟରେ ନିଖୋଜ ପିଲାଙ୍କୁ ଉଦ୍ଧାର କରିବାକୁ ଓଡ଼ିଶା ପୋଲିସ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା । ଏହି ଅଭିଯାନରେ ମାତ୍ର ୮ ଦିନ ମଧ୍ୟରେ ୮୯୪ଜଣ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ଅଭୟ । ନିଖୋଜ ପିଲାଙ୍କ ମଧ୍ୟରେ ୯୪ଜଣ ବାଳକ ଓ ୮୦୦ଜଣ ବାଳିକା ଅଛନ୍ତି ।

ନିଖୋଜ ପିଲାଙ୍କ ବିଷୟରେ ରୁଜୁ ହୋଇଥିବା ୮୩୪ଟି ମାମଲାରେ ଏହି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ କେନ୍ଦ୍ରାପଡା ଜିଲ୍ଲାରୁ ୧୨୭ ପିଲାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମୟୂରଭଞ୍ଜରୁ ୧୧୧ ଓ ବାଲେଶ୍ବରରୁ ୮୮ଜଣଙ୍କୁ ଉଦ୍ଧାର କରିଛି ପୋଲିସ ।

ରାଜ୍ୟରେ ନିଖୋଜ ପିଲାଙ୍କୁ ଉଦ୍ଧାର କରିବାକୁ ଜାନୁଆରୀ ୧୮ରୁ ୨୫ ତାରିଖ ଯାଏଁ ସ୍ପେଶାଲ ଡ୍ରାଇଭ୍ ଅଭିଯାନ ଚାଲିଥିଲା । ବିଭିନ୍ନ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ଏହି କାର୍ଯ୍ୟକୁ ଡିଜିପି ପ୍ରସଂଶା କରିଛନ୍ତି ।

 

 

Leave A Reply

Your email address will not be published.