Latest Odisha News

BREAKING NEWS

ସୋଆରେ ଇଣ୍ଡିଷ୍ଟ୍ରୀ ୪.୦ ସମ୍ମିଳନୀରେ ବିଶ୍ୱର ବିଶିଷ୍ଟ ଗବେଷକ ଏକାଠି ହେବେ

ଭୁବନେଶ୍ୱର, ୧୪/୯: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ରୋଲ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ ଇନ୍ ଇଣ୍ଡଷ୍ଟ୍ରି ୪.୦ ପାରାଡାଇମ’ ଶୀର୍ଷକ କର୍ମଶାଳାରେ ଯୋଗ ଦେବେ ବିଶିଷ୍ଟ ଶିଳ୍ପ ବିଶେଷଜ୍ଞ ତଥା ଆମେରିକାର ସିନ୍ସିନ୍ନାଟି ବିଶ୍ୱବିଦ୍ୟାଳୟର ପ୍ରଫେସର ଜେ ଲି । ଏହି ୪- ଦିନିଆ କର୍ମଶାଳାରେ ବିଦେଶରେ ପ୍ରତିଷ୍ଠା ଅର୍ଜନ କରିଥିବା ବିଶିଷ୍ଟ ଗବେଷକ ଓ ବୈଜ୍ଞାନିକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ସେପ୍ଟେମ୍ବର ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କର୍ମଶାଳା ।

ଏହି ସମ୍ମିଳନୀକୁ ସୋଆ ଓ ଇଣ୍ଡିଆନ୍ ଇନ୍୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂର ଓଡିଶା ଚାପ୍ଟର ମିଳିତ ଭାବେ ଆୟୋଜନ କରିବେ । ଏହି ଅବସରରେ ଟ୍ରିପଲ୍ ଆଇଇ, ମୁମ୍ବାଇର ହୀରକ ଜୟନ୍ତୀ ଜାତୀୟ ସମ୍ମିଳନୀ ଅନୁଷ୍ଠିିତ ହେବ ।

ଏହି ସମ୍ମିଳନୀରେ ଶିକ୍ଷା, ଗବେଷଣା ଏବଂ ଶିଳ୍ପ କ୍ଷେତ୍ରରେ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ବିଶେଷଜ୍ଞମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଟ୍ରିପଲ୍ ଆଇଇ, ଓଡିଶା ଚାପ୍ଟରର ସଭାପତି ପ୍ରଫେସର ଆର୍. ପି ମହାନ୍ତି ସୂଚନା ଦେଇଛନ୍ତି ।

ରିପବ୍ଲିକ ଅଫ୍ ମରିସସ୍ର ପୂର୍ବତନ ରାଷ୍ଟ୍ରପତି ରାଜକିଶ୍ୱର ପୁର‌୍ୟାଗ୍ ସମ୍ମିଳନୀକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଉଦ୍ଯାପନ ଦିବସରେ ଇସ୍ରାଏଲ୍ର ରାଷ୍ଟ୍ରଦୂତ ଡାନିଏଲ୍ କାର୍ମାନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଓଡ଼ିଶାର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ୍ ଡକ୍ଟର ଏସ୍. କେ. କାମିଲା ହୀରକ ଜୟନ୍ତୀ ପୋଷ୍ଟାଲ୍ ଏନ୍ଭେଲପ୍ ରିଲିଜ୍ କରିବାର କାର୍ଯ୍ୟକ୍ରମ ରହିଛି ।

ଓହିଓର ବିଶିଷ୍ଟ ସ୍କଲାର ତଥା ଏଲ୍. ଡବ୍ଲୁ. ସ୍କଟ୍ ଅଲ୍ଟର ଚେୟାର ପ୍ରଫେସର ଏବଂ ନ୍ୟାସ୍ନାଲ୍ ସାଇନ୍ସ ଫାଉଣ୍ଡେସନ୍ ଓ ୟୁନିଭର୍ସିଟି କୋଅପରେଟିଭ୍ ରିସର୍ଚ୍ଚ ସେଂଟର୍ ଅନ୍ ଇନ୍ଟେଲିଜେଂଟ ମେନ୍ଟେନାନ୍ସ ସିଷ୍ଟମ୍ର ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଫେସର ଲି ଏହି ସମ୍ମିଳନୀରେ ମୁଖ୍ୟ ବକ୍ତାଭାବେ ତାଙ୍କ ଅଭିଭାଷଣ ରଖିବେ ।
ପ୍ରଫେସର ଲି ବର୍ତମାନ ପ୍ରେଡିକ୍ଟିଭ୍ ବିଗ୍ ଡାଟା ଆନାଲିଟିକ୍ସ ଆଣ୍ଡ ସାଇବର୍ ଫିଜିକାଲ୍ ସିଷ୍ଟମ୍ସ ଫର ଇନ୍ଟେଲିଜେଂଟ୍ ମେନ୍ଟେନାନ୍ସ, ପ୍ରୋଗ୍ନୋଷ୍ଟିକ୍ସ ଆଣ୍ଡ ହେଲ୍ଥ ମ୍ୟାନେଜମେଂଟ ଏବଂ ଇଣ୍ଡଷ୍ଟ୍ରି ୪.୦ ସିଷ୍ଟମ୍ସ ଉପରେ ଗବେଷଣା କରୁଛନ୍ତି ।

୨୦୧୫ରୁ ପ୍ରଯୁକ୍ତି କ୍ଷେତ୍ରରେ ଅନେକ ଅଗ୍ରଗତି ହୋଇଛି । ସାଇବର୍ ଟେକ୍ନୋଲୋଜି, କ୍ଲାଉଡ୍ କମ୍ପ୍ୟୁଟିଂ, ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ ଏବଂ ଇନ୍ଟର୍ନେଟ୍ ଅଫ୍ ଥିଙ୍ଗ୍ସ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ଖୁବ୍ ଆଗେଇଛି । ବର୍ତମାନ ବିଶ୍ୱରେ ଶିଳ୍ପ କ୍ଷେତ୍ରରେ ଏହି ଚତୁର୍ଥ ସ୍ତରର ବୈପ୍ଲବିକ ପରିବର୍ତନକୁ ହିଁ ଇଣ୍ଡଷ୍ଟ୍ରି ୪.୦ନାମରେ ନାମିତ କରାଯାଇଛି ବୋଲି ପ୍ରଫେସର ମହାନ୍ତି କହିଛନ୍ତି ।

ଏହି ସମ୍ମଳନୀରେ ଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଦେଶ ଏବଂ ବିଦେଶର ବିଶେଷଜ୍ଞମାନେ ପ୍ରାୟ ୨୬୦ଟି ଟେକ୍ନିକାଲ୍ ପେପର୍ ଉପସ୍ଥାପନ କରିବେ । ସେହିପରି ବିଶ୍ୱର ୧୫ ଜଣ ବିଶିଷ୍ଟ ବିଶେଷଜ୍ଞ ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିବେ । ସାରା ଦେଶରୁ ଆସିଥିବା ଛାତ୍ର ପ୍ରତିନିଧିମାନଙ୍କ ଦ୍ୱାରା ୫୦ଟି ଟେକ୍ନିକାଲ୍ ପୋଷ୍ଟର ପ୍ରଦର୍ଶିତ କରାଯିବ ।

ଅନ୍ୟ ଗବେଷକଙ୍କ ମଧ୍ୟରେ ନର୍ଥ ଡାକୋଟା ଷ୍ଟେଟ୍ ୟୁନିଭର୍ସିଟି, ୟୁଏସ୍ଏର ପ୍ରଫେସର ଓ. ପି ଯାଦବ, ମାନଚେଷ୍ଟର ୟୁନିଭର୍ସିଟି, ୟୁକେର ପ୍ରଫେସର ଜ୍ୟୋତି. କେ . ସିହ୍ନା, ଲରେନ୍ ୟୁନିଭର୍ସିଟି, ଫ୍ରାନ୍ସର ପ୍ରଫେସର ବେନଏଟ୍ ଇୟଙ୍ଗ୍, ଡେ ମଂଟଫୋର୍ଟ ୟୁନିଭର୍ସିଟି, ୟୁକେର ପ୍ରଫେସର ଡାଭିଡ୍ ଏମ୍ବିଏ, ଲୁଲିଆ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି, ସୁଇଡେନ୍ର ପ୍ରଫେସର ଆଦିତ୍ୟ ପରିଡା ଏବଂ ପ୍ରଫେସର ମାଟି ରାନ୍ଟାଟାଲୋ, ଲିନାୟିଅସ୍ ୟୁନିଭର୍ସିଟି, ସୁଇଡେନ୍ର ପ୍ରଫେସର ମିର୍କା କନ୍ସ ଏବଂ ଇସ୍କିସେହିର୍ ଓସ୍ମାନ୍ଗାଜି ୟୁନିଭର୍ସିଟି, ତୁର୍କିର ଡକ୍ଟର ବର୍ଣ୍ଣା ଉଲୁଟାସ୍ ଏହି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ସମ୍ମିଳନୀରେ ଆଇଆଇଟି ରୁର୍କିର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ପ୍ରେମ ବ୍ରତ, ଆଇଓସିଏଲ୍ର ନିର୍ଦ୍ଦେଶକ (ମାନବସମ୍ବଳ) ଶ୍ରୀ ରଞ୍ଜନ ମହାପାତ୍ର, ବିଶିଷ୍ଟ ସ୍ନାୟୁ ବିଶେଷଜ୍ଞ ତଥା ସୋଆର ନିର୍ଦ୍ଦେଶକ (ସ୍ୱାସ୍ଥ୍ୟ ସେବା) ଡକ୍ଟର ଅଶୋକ ମହାପାତ୍ର, ବେଦାନ୍ତ ସିଇଓ ଶ୍ରୀ ଅଭିଜିତ ପତି, ଓରାକଲ୍ ପ୍ରାକ୍ସିସ୍, ଏଲ୍ ଆଣ୍ଡ ଟି ଇନ୍ଫୋଟେକ୍ର ଗ୍ଲୋବାଲ୍ ହେଡ୍, ଡକ୍ଟର ଅରବିନ୍ଦ ଆନ୍କାଲିକର୍, ମହିନ୍ଦ୍ରା ଆଣ୍ଡ ମହିନ୍ଦା ମାନୁଫାକ୍ଚରିଂ ଅପରେସନ୍ ମୁଖ୍ୟ ଶ୍ରୀ ବିଜୟ କାଲ୍ରା ଏବଂ ସେଲ୍ର ନିର୍ଦ୍ଦେଶକ (ପ୍ରୋଜେକ୍ଟସ) ଡକ୍ଟର ଗଣେଶ ବିଶ୍ୱକର୍ମା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ନାଲ୍କୋ ଏବଂ ସୋଆ ବ୍ୟତିତ ଆଇଓସିଏଲ୍, ବିପିସିଏଲ୍, ବେଦାନ୍ତ, ଟାଟା ଷ୍ଟିଲ୍, ଆଇସିଏଫ୍ଏଆଇ, ଲାଲ୍ ବାହାଦୁର ଶାସ୍ତ୍ରୀ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ, ଓଡ଼ିଶା ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଂଟ ଅଥରିଟି ଏବଂ ଏସ୍.ଏନ୍ ମହାନ୍ତି ଗ୍ରୁପ୍ କମ୍ପାନୀ ଏହି ସମ୍ମିଳନୀର ଆୟୋଜକ ରହିବେ ।

Leave A Reply

Your email address will not be published.