Latest Odisha News

BREAKING NEWS

ବଡ଼ ପରଦାରେ କମାଲ୍ କରୁଛି ଆକ୍ସନ୍ ଓ ରୋମାନ୍ସ ଭରା ‘ଇସ୍କ ପୁଣି ଥରେ’…

ଭୁବନେଶ୍ୱର: ଏବେ ଏବେ ବଡ଼ ପରଦାରେ ରିଲିଜ୍ ହୋଇଥିବା ଓଲିଉଡ଼ ଫିଲ୍ମ ‘ଇସ୍କ ପୁଣି ଥରେ’ ଦର୍ଶକଙ୍କୁ ବେଶ୍ ଛୁଇଁ ପାରିଛି । ‘ଇସ୍କ ପୁଣି ଥରେ’ ହେଉଛି ଆକ୍ସନ, ଡ୍ରାମା, କମେଡ଼ି ଏବଂ ରୋମାନ୍ସ ଭରା ପ୍ରେମ କାହାଣୀର ଓଡ଼ିଆ ସିନେମା । ନିଚ୍ଛକ ପ୍ରେମ କାହାଣୀକୁ ନେଇ ତରଙ୍ଗ ସିନେ ପ୍ରଡ଼କ୍ସନ ଏବଂ ରତ୍ନ ଫିଲ୍ମସର ମିଳିତ ବ୍ୟାନରେ ନିର୍ମିତ ହୋଇଛି । ଏହି ମସାଲାଦାର୍ ଓଲିଉଡ୍ ଫିଲ୍ମଟିରେ ଭରି ରହିଛି ରୋମାନ୍ସ ଏବଂ ଯୁବଗୋଷ୍ଠୀଙ୍କୁ ଛୁଇଁ ପାରିଲା ପରି କିଛି ମନଛୁଆଁ ଗୀତ ।

‘ଇସ୍କ ପୁଣି ଥରେ’ ସିନେମାର ଟାଇଟଲ୍ ଭୁମିକାରେ ଅଭିନୟ କରିଛନ୍ତି ଇଣ୍ଡଷ୍ଟ୍ରୀର ସ୍ମାର୍ଟବୟ ଅରିନ୍ଦମ, ତାଙ୍କୁ ସାଥ୍ ଦେଇଛନ୍ତି ଓଲିଉଡ୍ ସୁନ୍ଦରୀ ଲାଜକୁଳୀ ଏଲିନା ସାମନ୍ତରାୟ । ଦୁହିଁଙ୍କ ଯୋଡ଼ି ବେଶ୍ ଜମିଛି ଏହି ସିନେମାରେ । ନୂଆ ନୂଆ ପ୍ରେମର ଅଫୁରନ୍ତ ଆନନ୍ଦ ସାରା ଫିଲ୍ମଟିରେ ମ୍ୟାଜିକ୍ ସୃଷ୍ଟି କରିଛି । ଖାସ୍ କରି ବିୟୁଟି କ୍ୱିନ୍ ଏଲିନା ଓ ହ୍ୟାଣ୍ଡସମ୍ ବୟ ଅରିନ୍ଦମଙ୍କ ଯୋଡ଼ିର ଅଭିନୟ ଦେଖିବାକୁ ହଲ୍ ରେ ଭିଡ଼ ଜମିବାର ଦେଖାଯାଉଛି ।

୨୦୧୭ ମସିହାରେ ଅରିନ୍ଦମଙ୍କ ଦୁଇଟି ଫିଲ୍ମ ‘ରୋମିଓ ଜୁଲିଏଟ’ ଓ ‘ଶିବା ନଟଆଉଟ୍’ ଦର୍ଶକଙ୍କୁ ବେଶ୍ ଛୁଇଁ ପାରିଥିଲା । ବେଶ୍ କିଛି ଦିନର ବ୍ୟବଧାନ ପରେ ସ୍ମାର୍ଟବୟ ଅରିନ୍ଦମ ପୁଣିଥରେ ରୋମାନ୍ସଭରା ଫିଲ୍ମରେ ନିଜର ଅଭିନୟ ଚାତୁରୀ ଦେଖାଇଛନ୍ତି । ସୁନ୍ଦର ସିନେମାଟୋଗ୍ରାଫି ସହିତ ଅଭିଜ୍ଞ ଓଡ଼ିଆ କଳାକାରମାନଙ୍କୁ ନେଇ ଫିଲ୍ମଟି ପ୍ରକୃତରେ ହଙ୍ଗାମା ସୃଷ୍ଟି କରିଛି ।

ଏହି ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଜ୍ୟୋତି ଦାସ ଏବଂ ସଙ୍ଗୀତ ଦେଇଛନ୍ତି ଜଣାଶୁଣା ଓଲିଉଡ଼ ସଙ୍ଗୀତକାର ପ୍ରେମ ଆନନ୍ଦ ।

Leave A Reply

Your email address will not be published.