Latest Odisha News

BREAKING NEWS

ଦୁଇ ହାତ ନଥିବା ଦିବ୍ୟାଙ୍ଗ ଗୋଡ଼ ଦ୍ୱାରା ଦେଲେ ଭୋଟ୍

ନୂଆଦିଲ୍ଲୀ: ଏବେ ଭାରତରେ ଚାଲିଛି ମହାନ ଗଣତନ୍ତ୍ରର ମହାପର୍ବ । ବିଶ୍ୱର ଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଭାରତକୁ ଅନ୍ୟ ରାଷ୍ଟ୍ରମାନେ ସମ୍ମାନ କରିଥାଆନ୍ତି । ଦୁଇ ହାତ ନଥିଲେ ମଧ୍ୟ ତେଲେଙ୍ଗାନା ଓ ବିହାରରେ ଦୁଇଜଣ ଦିବ୍ୟାଙ୍ଗ ନିଜ ଗୋଡ଼ ସାହାର୍ଯ୍ୟରେ ନିଜର ସୁଚିନ୍ତିତ ମତଦାନ ସାବ୍ୟସ୍ତ କରିବା ପ୍ରକୃତରେ ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ନାଗରିକମାନଙ୍କୁ ନିଜର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ପର୍କରେ ସଚେତନ କରିପାରିଛନ୍ତି ।

ସମଗ୍ର ଦେଶରେ ୨୦୧୯ ସାଧାରଣ ନିର୍ବାଚନ ଚାଲିଥିବା ବେଳେ ତେଲେଙ୍ଗାନାର ଦିବ୍ୟାଙ୍ଗ ଜାକିର୍ ପାସା ନିଜ ଗୋଡ଼ରେ ଭୋଟ୍ ଦେଇ ଏବେ ବେଶ୍ ଚର୍ଚ୍ଚିତ ହୋଇପଡ଼ିଛନ୍ତି ।

ତେଲେଙ୍ଗାନା ରାଜ୍ୟ ଆସିଫାବାଦ ଜିଲ୍ଲା ଅନ୍ତର୍ଗତ କାଗଜନଗରର ବାସିନ୍ଦା ଦିବ୍ୟାଙ୍ଗ ଜାକିରଙ୍କର ଦୁଇଟି ହାତ ନାହିଁ, ହାତ ନଥିବା ସତ୍ୱେ ସେ ଭୋଟଗ୍ରହଣ କେନ୍ଦ୍ରକୁ ଯାଇ ନିଜ ଗୋଡ଼ ମାଧ୍ୟମରେ ଭୋଟଦାନ କରିଥିଲେ । ତେବେ ‘ଟାଇମ୍ସ ଅଫ ଇଣ୍ଡିଆ’ରେ ପକାଶିତ ଖବର ଅନୁଯାୟୀ, ଭୋଟଗ୍ରହଣ କେନ୍ଦ୍ରରେ ଉପସ୍ଥିତ କୌଣିସି ପୋଲିଂ ଅଫିସର କିମ୍ବା ପୋଲିଂ କର୍ମଚାରୀଙ୍କ ସାହାଯ୍ୟ ନେଇ ନଥିଲେ । ସେ ନିଜ ଗୋଡ଼କୁ ଟେବୁଲ ଉପରେ ରଖିବା ପରେ ଇଭିଏମ ଭୋଟିଂ ମେସନର ବଟନକୁ ଗୋଡ଼ ଆଙ୍ଗୁଳିରେ ଦବାଇ ଭୋଟ ଦେଇଥିଲେ । ଅନ୍ୟ କାହାରି ସାହାଯ୍ୟ ନ’ନେଇ ଗୋଡ଼ରେ ଆରାମରେ ଭୋଟ ଦେବା ସମସ୍ତଙ୍କୁ ଚକିତ କରିଥିଲା ।

ଏହି ନିର୍ବାଚନରେ ସମଗ୍ର ଦେଶରେ ଭୋଟ ଦେବା ଲାଗି ଯୁବବର୍ଗ ମାନଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ । ସେହିପରି ବିହାରରେ ମଧ୍ୟ ଜଣେ ଦିବ୍ୟାଙ୍ଗ ନିଜ ଗୋଡ଼ରେ ଭୋଟ ଦେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ବିହାର ମଧୁବନ ଅନ୍ତର୍ଗତ ଅନ୍ଧାରାଠାଡ଼ି ଠାରେ ରହିଥିବା ବୁଥ ନଂ ୨୪୪ରେ ଜଗନ୍ନାଥ କୁମାର ନାମକ ଦିବ୍ୟାଙ୍ଗ ନିଜ ଗୋଡ଼ରେ ଭୋଟ ଦେଇଛନ୍ତି । ଜଗନ୍ନାଥ ଭୋଟଗ୍ରହଣ କେନ୍ଦ୍ରରେ ପହଞ୍ଚି ନିଜ ଗୋଡ଼ ଆଙ୍ଗୁଳିରେ ହିଁ ଇଭିଏମ ବଟନ୍ ଦବାଇଥିଲେ ।

ପ୍ରକୃତରେ ଭାରତରେ ଚାଲିଥିବା ଗଣତନ୍ତ୍ରର ମହାପର୍ବକୁ ସମଗ୍ର ବିଶ୍ୱ ଦୃଷ୍ଟି ନିବଦ୍ଧ କରି ରହିଛି । ଏଠାରେ କୋଟି କୋଟି ଜନସଂଖ୍ୟାକୁ ନେଇ କିପରି ଗଣତାନ୍ତ୍ରିକ ପ୍ରକ୍ରିୟା ସୂଚାରୁରୂପେ ଅନୁଷ୍ଠିତ ହୋଇପାରୁଛି ତାହା ଦେଖିବା ଲାଗି ସମଗ୍ର ବିଶ୍ୱରୁ ଭାରତରେ ଆସି ପହଞ୍ଚିଛନ୍ତି ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକ । ଏହି ପର୍ଯ୍ୟବେକ୍ଷକମାନେ ଦିଲ୍ଲୀ, ହରିୟାଣା ଏବଂ ରାଜସ୍ଥାନ ପରି ରାଜ୍ୟମାନଙ୍କରେ ବିଭିନ୍ନ ଭୋଟଦାନ କେନ୍ଦ୍ର ଗୁଡ଼ିକୁ ବୁଲି ଦେଖିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

Leave A Reply

Your email address will not be published.