ଢେଙ୍କାନାଳ: ଭୟଙ୍କର ରୂପ ନେଉଛି କରୋନା । ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ଏନେଇ ଲୋକଙ୍କୁ ବିଭିନ୍ନ ସମୟରେ ସତର୍କ କରାଯାଉଛି । ଲକ୍ ଡାଉନ୍ ଓ ସଟଡାଉନ୍ ଯୋଗୁ ଜନଜୀବନ ବେଶ୍ ପ୍ରଭାବିତ ହୋଇପଡିଛି । ବିଭିନ୍ନ ମଠ ମନ୍ଦିର ଉପରେ କଟକଣା କରାଯାଇଥିବା ବେଳେ କିଛି ସ୍ଥାନରେ ସକାଳ ଧୂପ ପରେ ମନ୍ଦିର ବନ୍ଦ କରିଦିଆଯାଉଛି । କରୋନା କଟକଣା ଯୋଗୁ ମନ୍ଦିର ପରିସର ଖାଁ ଖାଁ ପଡିଛି । .. .
ଅନ୍ୟ ସ୍ଥାନ ଭଳି ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ରହିଥିବା ମନ୍ଦିରଗୁଡିକ ଜନଶୂନ୍ୟ ହୋଇପଡିଛି । କାମାକ୍ଷାନଗରରେ ରହିଛି ବହୁ ପୁରାତନ ଶୈବପୀଠ । ସେଠାରେ ରହିଛି ବିରାଟ ଅଷ୍ଟଶମ୍ଭୁ ମନ୍ଦିର । ପ୍ରାକୃତିକ ମନୋରମ ପରିବେଶ ଭିତରେ ରହିଛି ଶିବ ଲିଙ୍ଗ । ଠାକୁରଙ୍କ ପ୍ରତି ଲେକାଙ୍କ ରହିଛି ଅଗାଢ ବିଶ୍ୱାସ ଆଉ ଏହି ବିଶ୍ୱାସ ଆଧାରରେ ପ୍ରତିଦିନ ଲାଗୁଥିଲା ଶହଶହ ଲୋକଙ୍କ ଭିଡ । ହେଲେ ଏବେ କରୋନା ଯୋଗୁ ମନ୍ଦିର ପରିସର ଖାଲି ପଡିଛି । ସେହିଭଳି ନିକଟରେ ରହିଛି ସ୍ୱପ୍ନେଶ୍ୱର ମନ୍ଦିର । ସେଠାରେ ମଧ୍ୟ ଶ୍ରଦ୍ଧାଳୁଙ୍କର ଅନେକ ଭିଡ ଲାଗିଥାଏ ହେଲେ ଏବେ ମନ୍ଦିରକୁ ଶ୍ରଦ୍ଧାଳୁୁ ତ ଦୂର କଥା ମନ୍ଦିର ବି ବନ୍ଦ କରିଦିଆଯାଉଛି । କିଛି ସମୟ ପାଇଁ ନୀତିକ୍ରାନ୍ତି କରାଯାଇ ମନ୍ଦିର ବନ୍ଦ କରିଦିଆଯାଉଛି । କେବେ କରୋନା ସ୍ଥିତିରେ ସୁଧାର ଆସିବ ଆଉ ପୁନର୍ବାର ଦେବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିବ ସେ ନେଇ ଅପେକ୍ଷାରେ ରହିଛନ୍ତି ଶ୍ରଦ୍ଧାଳୁ ମାନେ ।
BREAKING NEWS
- US Places 10 Million Dollar Bounty on Iran Leaders: ଇରାନୀ ନେତାଙ୍କ ଉପରେ ୧୦ ନିୟୁତ ଡଲାର ପୁରସ୍କାର ରଖିଲା ଆମେରିକା, ଅଛି ମୋଜତାବା ଖାମେନେଇଙ୍କ ନାଁ
- Oust CEC Over ‘discriminatory conduct’: ୧୯୩ ସାଂସଦଙ୍କ ସାଇନ୍…ପଦରୁ ହଟିବେ କି ଜ୍ଞାନେଶ କୁମାର? CECଙ୍କୁ ହଟାଇବା ପାଇଁ କ’ଣ ରହିଛି ପ୍ରକ୍ରିୟା?
- Woman Kills 2 Minor Daughters: ଦୁଇ ଶିଶୁକନ୍ୟାଙ୍କୁ କୂଅକୁ ଠେଲି ମାରିଦେଲା ମାଆ!
- US Forces Targets on Iranian Island: ଖର୍ଗ ଆଇଲାଣ୍ଡ ଉପରେ ଆମେରିକାର ଆକ୍ରମଣ, ଇରାନର ସାମରିକ ଘାଟି ନଷ୍ଟ ନେଇ ଦାବି କଲେ ଟ୍ରମ୍ପ
- PM Modi hits out at Congress: ‘ତେଲ, ଏଲପିଜି ନେଇ ଦେଶକୁ ଭ୍ରମିତ କରୁଛି କଂଗ୍ରେସ’, ଆସାମରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
- ୬୨ କିଲୋରୁ ଅଧିକ ଗଞ୍ଜେଇ ସହ କାର-ବାଇକ ଜବତ, ୨ଗିରଫ
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
Comments are closed.