ପୁରୀ: କରୋନା ପାଇଁ ଆସନ୍ତାକାଲି ଠାରୁ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର ଉପରେ ଲାଗିଲା କଟକଣା । ପୁରୀ ଜିଲ୍ଲା ବାହାରୁ କୌଣସି ବ୍ୟକ୍ତିଙ୍କ ମୃତଦେହ ଓ ତାଙ୍କ ସମ୍ପର୍କୀୟ ପୁରୀ ସ୍ୱର୍ଗଦ୍ବାରକୁ ଆସିପାରିବ ନାହିଁ । ଏହାସହିତ ସମୁଦ୍ରକୂଳରେ ଅସ୍ଥି ବିସର୍ଜନ ମଧ୍ୟ ହୋଇପାରିବ ନାହିଁ। ପୁରୀ ଜିଲାପାଳ ବଲବନ୍ତ ସିଂ ଏହି ସୂଚନା ଦେଇଛନ୍ତି।
କୋଭିଡ ଭୂତାଣୁ ସଂକ୍ରମଣ ବ୍ୟାପିକା ଅଶଙ୍କା ଥିବାରୁ ଏହି କଟକଣା ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗୁ କରାଯାଇଛି। ଏହି ନିଷ୍ପତ୍ତି ଅତ୍ୟନ୍ତ କଠୋର ହୋଇ ଥିଲେ ମଧ୍ୟ ସମସ୍ତଙ୍କ ସୁରକ୍ଷା ପାଇଁ ଏହି କଟକଣା କରାଯାଇଛି । ଆଗକୁ ପରିସ୍ଥିତି ସୁଧୁରିଲେ ଏହି କଟକଣା କୋହଳ ହେବ। କେଵଳ ପୁରୀ ଜିଲ୍ଲାବାସୀ ନିଜ ପ୍ରିୟଜନଙ୍କ ଅନ୍ତିମ ସଂସ୍କାର ସ୍ୱର୍ଗଦ୍ୱାରରେ କରିବା ପାଇଁ ଅନୁମତି ରହିଥିବା ନେଇ ଜିଲ୍ଲାପାଳ ବଲବନ୍ତ ସିଂ ସୂଚନା ଦେଇଛନ୍ତି।
ଜିଲ୍ଲାପାଳ କହିଛନ୍ତି ମୃତ ବ୍ୟକ୍ତିଙ୍କ ସହିତ ଆସୁଥିବା ବ୍ୟକ୍ତିଙ୍କ କୋଭିଡ ଭୁତାଣୁ ଥିବା ଅଶଙ୍କା ରହିଛି । ଯଦି ଗୋଟିଏ ଲୋକ ଦେହରେ ବି କୋଭିଡ ଭୁତାଣୁ ଥାଏ ତାହା ହେଲେ ସେ ସମସ୍ତ ଲୋକଙ୍କୁ ସଂକ୍ରମିତ କରିପାରନ୍ତି । ଏଣୁ ଏଭଳି କଠୋର କଟକଣା ଜିଲା ପ୍ରଶାସନ କରିଛି । ଏଥିରେ ସମସ୍ତେ ସହଯୋଗ କରିବାକୁ ପୁରୀ ଜିଲ୍ଲାପାଳ ନିବେଦନ କରିଛନ୍ତି ।
Comments are closed.