Latest Odisha News

BREAKING NEWS

ବିସିସିଆଇରୁ ସବୁଜ ସଙ୍କେତ ମିଳିବା ପରେ ୪୮ ବର୍ଷୀୟ ଟାମ୍ବେ ଖେଳିବେ ସିପିଏଲ

ମୁମ୍ବାଇ:ଲେଗ ସ୍ପିନର ପ୍ରବୀଣ ଟାମ୍ବେଙ୍କୁ ବିସିସିଆଇ ପକ୍ଷରୁ କ୍ୟାରିବିୟାନ ପ୍ରିମିୟର ଲିଗ୍ ଖେଳିବା ପାଇଁ ସବୁଜ ସଙ୍କେତ ମିଳିଛି । ୪୮ ବର୍ଷୀୟ ଟାମ୍ବେ ପ୍ରଥମ ଭାରତୀୟ ଖେଳାଳି ଭାବେ ତ୍ରିନିବାଗୋ ନାଇଟ ରାଇଡର୍ସ ପକ୍ଷରୁ ଖେଳିବେ । ମଙ୍ଗଳବାର ୬ ଫ୍ରାଂଚାଇଜ ସେମାନଙ୍କ ଖେଳାଳି ତାଲିକା ପ୍ରକାଶ କରିଛନ୍ତି । ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ସିପିଏଲ ଖେଳାଯିବ ।

୪୧ ବଷୀୟ ଏହି ମୁମ୍ବାଇ ଖେଳାଳି ୨୦୧୩ରେ ଓଡିଶା ବିପକ୍ଷରେ ରଣଜୀ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ୨୦୧୩ରେ ରାଜସ୍ଥାନ ପକ୍ଷରୁ ଆଇପିଏଲ ଖେଳିଥିଲେ । ସେ ଆଇପିଏଲରେ ୩୩ ମ୍ୟାଚ ଖେଳି ୨୮ ଉଇକେଟ ନେଇଛନ୍ତି । ବିସିସିଆଇ କୌଣସି ଭାରତୀୟ ଖେଳାଳିଙ୍କୁ ବିଦେଶରେ ଟି୨୦ ଲିଗ୍ ଖେଳିବା ପାଇଁ ଅନୁମତି ଦେଇ ନ ଥାଏ । ଟାମ୍ବେଙ୍କୁ ଅନୁମତି ଦେବାର ଅର୍ଥ ସେ ଆଇପିଏଲରେ ଆଉ ଖେଳିବେ ନାହିଁ ।

Leave A Reply

Your email address will not be published.