Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ରାଜସ୍ୱ ନୀରିକ୍ଷକ, ବାଲି ଗାଡ଼ି ଛାଡ଼ିବାକୁ ନେଉଥିଲେ ଲାଞ୍ଚ

ବ୍ରହ୍ମପୁର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ୱ ନୀରିକ୍ଷକ । ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ବରିଡ଼ା ଆର୍.ଆଇ ଦେବାଶିଷ ମାଝୀ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏକ ବାଲି ବୋଝେଇ ଗାଡ଼ିକୁ ରାଜସ୍ୱ ନୀରିକ୍ଷକ ଜବତ କରିଥିଲେ । ଜବତ ଗାଡ଼ିକୁ ଛାଡ଼ିବା ଲାଗି ଜରିମାନା ହିସାବରେ ୩୦ ହଜାର ଟଙ୍କା ଦେଇଥିଲେ ଅଭିଯୋଗକାରୀ ।

ହେଲେ ଆର୍.ଆଇ ବାବୁ ଆହୁରି ଅଧିକ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏପରିକି ଟଙ୍କା ନଦେଲେ ଗାଡ଼ି ଛାଡ଼ିବେନି ବୋଲି ସଫା ସଫା କହିଥିଲେ । ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ଗାଡ଼ି ମାଲିକ । ପୂର୍ବ ଯୋଜନା ମୁତାବକ ଗାଡ଼ି ମାଲିକ, ଆର୍.ଆଇଙ୍କୁ ୨୫ ହଜାର ଟଙ୍କା ଦେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଆର୍.ଆଇଙ୍କ ଠାରୁ ଭିଜିଲାନ୍ସ ୨୫ ହଜାର ଲାଞ୍ଚ ଟଙ୍କା ଜବତ କରିବା ସହ ଅଫିସ୍, କ୍ୱାର୍ଟର ଘର ସହ ଅନ୍ୟ ସ୍ଥାନରେ ରେଡ୍ କରିଛି ।

Leave A Reply

Your email address will not be published.