Latest Odisha News

BREAKING NEWS

କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ କୋଭିଡ ପରିସ୍ଥିତି ସମୀକ୍ଷା

ପୁରୀ: କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ କୁମାର ସାମଲ ଜିଲ୍ଲାରେ କୋଭିଡ ପରିସ୍ଥିତିର ସମୀକ୍ଷା କରିଛନ୍ତି ।

ଜିଲ୍ଲା ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ସାମଲ ଜିଲ୍ଲାରେ କରୋନା ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସହ କରୋନା ଚିକିତ୍ସା କେନ୍ଦ୍ରରେ ଉପଲବ୍ଧ ସୁବିଧା ଓ ଡାକ୍ତରମାନେ ନିୟମିତ ଭାବେ ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ ।

ଉପଲବ୍ଧ ସେବା ଓ ଭଲମନ୍ଦ ସଂପର୍କରେ ଜାଣିବା ପାଇଁ ରୋଗୀମାନଙ୍କ ସହ ସିଧାସଳଖ କଥା ହେବେ ବୋଲି ରାଜସ୍ବ କମିଶନର କହିଛନ୍ତି ।

ଅନ୍ୟପକ୍ଷରେ ଜିଲ୍ଲାପାଳ ବଲଓ୍ବନ୍ତ ସିଂ ଜିଲ୍ଲାରେ କୋଭିଡ ସ୍ଥିତି, କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର, କୋଭିଡ କେୟାର ସେଣ୍ଟର, କୋଭିଡ କେୟାର ହୋମ ସଂପର୍କରେ ଜଣାଇଥିଲେ ।

ଜିଲ୍ଲାରେ କରୋନା ଆରୋଗ୍ୟ ହାର ୬୨ ପ୍ରତିଶତ ରହିଥିବା ବେଳେ ଆରୋଗ୍ୟ ହାର ଆହୁରି ବୃଦ୍ଧି ପାଇବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି ।

ବର୍ତ୍ତମାନ ୫୬ଟି ସ୍ଥାନକୁ କଣ୍ଟେନମରଣ୍ଟ ଜୋନରେ ରଖାଯାଇଛି । ସଂକ୍ରମିତ ରୋଗ ଚିକିତ୍ସାଳୟରେ ଥିବା କରୋନା ସ୍ବାସ୍ଥ୍ୟ କେନ୍ଦ୍ରରେ ଶଯ୍ୟା କ୍ଷମତାକୁ ଖୁବଶୀଘ୍ର ୧୦୦କୁ ବୃଦ୍ଧି କରାଯାଇ ଅଧିକ ଡାକ୍ତର ଓ ସହାୟକ କର୍ମୀ ମୁତୟନ କରାଯିବ ।

ଏପରିକି ଜିଲ୍ଲାରେ ୧୦ଟି କୋଭିଡ ଯତ୍ନ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କରୋନା ରୋଗୀ ମାନଙ୍କ ପାଇଁ ୮୯୩ ଶଯ୍ୟା ବ୍ୟବସ୍ଥା ରହିଛି । ଏଥିନିମନ୍ତେ ଆନୁଷଙ୍ଗିକ କାମ ଶେଷ କରିବାକୁ ବିଭାଗୀୟ ଅଧିକାରିଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦିଆଯାଇଛି।

ଉକ୍ତ ବୈଠକରେ ଆରକ୍ଷୀ ଅଧିକ୍ଷକ ଅଖିଳେଶ୍ବର ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ବିନୟ କୁମାର ଦାସ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ପୌରସଂସ୍ଥା ଅତିରିକ୍ତ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.