Latest Odisha News

BREAKING NEWS

[ଭାଇରାଲ୍ ଭିଡିଓ] ବେରୁଟ୍ ବିସ୍ଫୋରଣର ସାକ୍ଷୀ ସାଜିଲେ ନବବିବାହିତା ବଧୂ !

ଲେବାନନ୍‌: ମଙ୍ଗଳବାର ବେରୁଟ୍‌ରେ ଘଟିଥିଲା ଅବିଶ୍ୱସନୀୟ ବିସ୍ଫୋରଣ । ଏହି ଘଟଣାକୁ ନେଇ ଅନେକ ଭିଡିଓ ସାମ୍ନାକୁ ଆସିଥିଲା । ହେଲେ ନିକଟରେ ଏହି ଘଟଣା ସହ ସଂପୃକ୍ତ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।

ଯେଉଁ ସମୟରେ ବେରୁଟ୍‌ରେ ଘଟିଥିଲା ଅକସ୍ମାତ ବିସ୍ଫୋରଣ । ଠିକ୍ ସେହି ସମୟରେ ଏକ ଧଳା ଗାଉନ୍ ପିନ୍ଧି ଜଣେ ଲେବାନିଜ୍ ବୋହୁ ଇସ୍ରା ସେବ୍‌ଲାନି ୱେଡିଂ ଫଟୋସୁଟ୍ କରିବାରେ ବ୍ୟସ୍ତ ଥିଲେ । ହେଲେ ବିସ୍ଫୋରଣର ସେହି ଛାତିଥରା ଶବ୍ଦ ଓ ଅନୁଭୂତି ଏହି ଦୃଶ୍ୟରେ କଏଦ ହୋଇ ରହିଯାଇଥିଲା । ଏହି ନାଟକୀୟ ଭିଡିଓଟି ସାରା ବିଶ୍ୱରେ ବହୁଳମାତ୍ରାରେ ଶେୟାର ହେବା ସହ ଭାଇରାଲ୍ ହୋଇଛି ।

ବିସ୍ଫୋରଣରେ ଶତାଧିକ ଲୋକ ପ୍ରାଣ ହରାଇଥିଲାବେଳେ ୫ହଜାରରୁ ଅଧିକ ଆହତ ହୋଇଛନ୍ତି । ତେବେ ଫଟୋସୁଟ୍ ପାଇଁ ମାତ୍ର ତିନି ସପ୍ତାହ ପୂର୍ବରୁ ବେରୁଟ୍‌କୁ ଆସିଥିବା ଲେବାନିଜ୍ ବୋହୁ ସେବ୍‌ଲାନି ପେଶାରେ ଜଣେ ଡାକ୍ତର । ସେ ଆମେରିକାରେ କାର୍ଯ୍ୟରତ ଥିଲେ ବି ସ୍ଥାନୀୟ ହସ୍ପିଟାଲରେ ଆହତଙ୍କ ସେବା କରିଥିଲେ ।

Leave A Reply

Your email address will not be published.