Latest Odisha News

ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ପ୍ରସ୍ତୁତ ଅଛନ୍ତି: ମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହା ଉତ୍ତର ପଶ୍ଚିମ ଦିଗକୁ କ୍ରମଶଃ ଗତି କରି ଆସନ୍ତା ବୁଧବାର ୨୩ ତାରିଖ ସୁଦ୍ଧା ଅବପାତ ରୂପ ନେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୁର୍ବାନୁମାନ କରିଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଆମେ ନିରନ୍ତର ପାଣିପାଗ ବିଭାଗ ଏବଂ ବିଶେଷଜ୍ଞମାନଙ୍କ ସହିତ ସମ୍ପର୍କରେ ଅଛୁ । ବାତ୍ୟା ଓ ବର୍ଷା ନେଇ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯାଇଛି ।

ବିଭାଗୀୟ ଅଧିକାରୀମାନଙ୍କ ସହିତ କଥା ହୋଇଛୁ । ମୁଖ୍ୟ ଶାସନ ସଚିବ ଏନେଇ ଅବଗତ ଅଛନ୍ତି । ଆସନ୍ତାକାଲି ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ହେବ । ସରକାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ବର୍ଷା ଓ ବିପରିତ ପରିସ୍ଥିତି ପାଇଁ ମୁକାବିଲା କରିବାକୁ ଜିଲ୍ଲାପ୍ରଶାସନ ପ୍ରସ୍ତୁତ ଅଛନ୍ତି । ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ । ଲୋକଙ୍କ ସହିତ ସରକାର ଓ ପ୍ରଶାସନ ରହିଛି ।

Leave A Reply

Your email address will not be published.