ଭୁବନେଶ୍ୱର: ଅନେକ ସମୟରେ ଏପରି ଖବର ସାମ୍ନାକୁ ଆସେ ଯାହା ଆଶ୍ଚର୍ଯ୍ୟ କରିଦିଏ । ଆଜି ଆମେ ଆପଣଙ୍କୁ ଏପରି ଏକ ଖବର ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ବିସ୍ମିତ ହୋଇଯିବେ। ନିକଟରେ ବ୍ରାଜିଲର ଏକ ଗାଁରେ ଏପରି କିଛି ଘଟିଛି ଯାହାକୁ ଜାଣିବା ପରେ ଆପଣ ଏହାକୁ ବିଶ୍ୱାସ କରିପାରିବେ ନାହିଁ ।
ଏଠାରେ ଆକାଶରୁ ଖସିଛି ଶହ ଶହ ଉଲକା ପିଣ୍ଡ ଏବଂ ପ୍ରତ୍ୟେକ ଖଣ୍ଡ ଲକ୍ଷ ଲକ୍ଷରେ ବିକ୍ରି କରାଯାଇଥିବା ରିପୋର୍ଟ ମଧ୍ୟ କରାଯାଇଛି। କେବଳ ଏତିକି ନୁହେଁ, ସବୁଠାରୁ ବଡ ଖଣ୍ଡର ମୂଲ୍ୟ ମଧ୍ୟ ୧୯ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା କୁହାଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ ୧୯ ତାରିଖରେ ବ୍ରାଜିଲର ସାଣ୍ଟା ଫିଲୋମେନାର ଗାଁରେ ଖଣ୍ଡ ଖଣ୍ଡ ଉଲକା ପିଣ୍ଡ ଆକାଶରୁ ଖସିଥିଲା। ଯେଉଁଠାରେ ଲୋକମାନେ ଏହି ବର୍ଷାକୁ ଟଙ୍କା ବର୍ଷାର ନାମ ଦେଇଛନ୍ତି । ଲୋକମାନେ ଏହି ପଥରକୁ ସଂଗ୍ରହ କରି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ବୈଜ୍ଞାନିକମାନେ ମଧ୍ୟ ଏହି ପଥରଗୁଡିକୁ ପରୀକ୍ଷା କରି ଏଗୁଡ଼ିକୁ ବିରଳ ବୋଲି ଦର୍ଶାଇଛନ୍ତି ।ବୈଜ୍ଞାନିକ ମାନେ ଏହି ସମସ୍ତ ଖଣ୍ଡଗୁଡ଼ିକ ମେଟେରାଇଟ୍ ଅଟେ ବୋଲି କହିଛନ୍ତି । ବୈଜ୍ଞାନିକ ମାନେ ଲୋକଙ୍କୁ ଏହାର ମୂଲ୍ୟ ଦେଇ ଏହି ପଥର ଗୁଡିକ କିଣି ନେଇଥିବା ସୂଚନା ମିଳିଛି ।
ବ୍ରାଜିଲର ଏହି ଗାଁର ଲୋକମାନେ ବହୁତ ଗରିବ । ଏହି ମୂଲ୍ୟବାନ ପଥରକୁ ପାଇଥିବା ବ୍ୟକ୍ତି ରାତାରତି ଧନୀ ହୋଇ ଯାଇଥିବା କୁହାଯାଉଛି ।
ସ୍ପଷ୍ଟୀକରଣ: (ଏହି ରିପୋର୍ଟ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ । ଆମ୍ଭେ ଏହି ନ୍ୟୁଜର ସତ୍ୟାସତ୍ୟ ନେଇ ପାଇଁ ଉତ୍ତରଦାୟୀ ନୁହେଁ ।)