Latest Odisha News

ସୁଶାନ୍ତଙ୍କ ପ୍ରଥମ ପୂଣ୍ୟତିଥି ପୂର୍ବରୁ ଏଭଳି ବାର୍ତ୍ତା ଦେଇ ଚର୍ଚ୍ଚାରେ ଅଭିନେତ୍ରୀ ରିୟା

ମୁମ୍ବାଇ: ଆଉ କେଇଟା ଦିନ ପରେ ବଲିଉଡ୍‌ର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂଣ୍ୟତିଥି ପଡ଼ିବ। ତେବେ ଏହା ପୂର୍ବରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏକ ପୋଷ୍ଟ ସେୟାର୍‌ କରିଛନ୍ତ ଯାହାକୁ ନେଇ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି।

ରିୟା ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, “ଅଧିକ କଷ୍ଟରୁ ହିଁ, ଅଧିକ ଶକ୍ତି ଆସେ! ଆପଣଙ୍କୁ କେବଳ ଏହି ଉପରେ ମୋତେ ବିଶ୍ୱାସ କରିବାକୁ ପଡିବ .. ସେଠାରେ ଅଟକିବାକୁ ପଡ଼ିବ।”

ରିୟାଙ୍କ ଏହି ପୋଷ୍ଟକୁ ଏବେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ମନ୍ତବ୍ୟ ମିଳୁଥିବା ଦେଖିବାକୁ ମିଳିଛି।

Comments are closed.