Latest Odisha News

BREAKING NEWS

ଗଙ୍ଗାରେ ବୁଡ ପକାଇଲେ ମହାନ ଫିଲ୍ଡର ରୋଡ୍ସ

ନୂଆଦିଲ୍ଲୀ:ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ତଥା ମହାନ ଫିଲ୍ଡର ଜଂଟି ରୋଡ୍ସ ଭାରତ ଏବଂ ହିନ୍ଦୁତ୍ୱକୁ ବେଶ୍ ଭଲ ପାଆନ୍ତି । ବୁଧବାର ସେ ଋଷିକେଶରେ ବୁଡ ପକାଇବା ସହ ଏହାର ଫଟୋ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ଗଙ୍ଗାର ପବିତ୍ର ଥଣ୍ଡା ପାଣିରେ ବୁଡ ପକାଇଲି । ଏହା ଶାରୀରିକି ଓ ଆଧ୍ୟାତ୍ମିକ ଦିଗରୁ ଲାଭଦାୟକ ବୋଲି ଲେଖିଛନ୍ତି ।

ସମ୍ପୂର୍ଣ୍ଣ ଭାରତୀୟ ଶୈଳୀରେ ହାତଯୋଡି ନମସ୍କାର ମୁଦ୍ରାରେ ସେ ଏହି ଫଟୋ ଉଠାଇଥିଲେ । ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ପାଇଁ ସେ ଭାରତ ଆସିଛନ୍ତି । ୫୦ ବର୍ଷୀୟ ରୋଡ୍ସ କିଙ୍ଗ୍‌ସ ଏକାଦଶ ପଞ୍ଜାବର ଫିଲ୍ଡିଂ କୋଚ ଅଛନ୍ତି ।

Leave A Reply

Your email address will not be published.