Latest Odisha News

BREAKING NEWS

ପାକିସ୍ତାନକୁ ଝଟକା ଦେଲା ସାଉଦି ଆରବ, ବାକିରେ ତେଲ ବନ୍ଦ

କାବୁଲ: ପାକିସ୍ତାନର ଅର୍ଥନୀତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏହି ଅବସରରେ ଶନିବାର ପାକିସ୍ତାନକୁ ଏକ ବଡ ଝଟକା ଦେଇଛି ସାଉଦି ଆରବ । ପାକିସ୍ତାନ ଉଧାରରେ ତେଲ (କ୍ର‌୍ୟୁଡ ଅଏଲ) ନେବା ପାଇଁ ସାଉଦି ଆରବ ସହ ୩ ବର୍ଷୀୟା ଚୁକ୍ତି କରିଥିଲା । ମାତ୍ର ସମୟ ପୂର୍ବରୁ ଏହି ଚୁକ୍ତି ବାତିଲ କରାଯାଇଛି । ଚୀନଠାରୁ କରଜ ନେଇ ପାକିସ୍ତାନ ସାଉଦି ଆରବ ଲୋନ ପେମେଂଟ କରୁଛି ।

କଶ୍ମୀର ନେଇ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଖରାପ ରହିଛି । ଭାରତ ସହ ଭଲ ସମ୍ପର୍କ ରଖୁଥିବାରୁ ସାଉଦି ଆରବକୁ ପାକିସ୍ତାନ ପରୋକ୍ଷରେ ଧମକ ଦେଇଥିଲା । ପ୍ରଥମେ ଆର୍ଥୀକ ସହାୟତା ଏବଂ ଏବେ ତେଲ ନ ଦେବା ଯୋଗୁ ପାକିସ୍ତାନ ଅସୁବିଧାର ସମ୍ମୁଖୀନ ହୋଇଛି । ପାକିସ୍ତାନ ପେଟ୍ରୋଲିୟମ ବିଭାଗ ପକ୍ଷରୁ କୁହାଯାଇଛି ମେ ମାସରେ ଏହି ଚୁକ୍ତି ସମାପ୍ତ ହୋଇଥିଲା । ଏହାର ନବୀକରଣ ପାଇଁ ଚେଷ୍ଟା ଚାଲିଥିଲେ ମଧ୍ୟ ସାଉଦି ଆରବ ପକ୍ଷରୁ କୌଣସି ଉତର ଆସି ନାହିଁ ।

Leave A Reply

Your email address will not be published.