Latest Odisha News

BREAKING NEWS

ଯେପର୍ଯ୍ୟନ୍ତ ଗଣତନ୍ତ୍ର ଅଛି ସେ ପର୍ଯ୍ୟନ୍ତ ଲୋକମାନେ ଜବାବ୍‌ ଦେବା ଉଚିତ; ରିଚା ଚଢା

ମୁମ୍ବାଇ: ଗତ ବର୍ଷ ମୁକ୍ତିଲାଭ କରିଥିବା ଫିଲ୍ମ ‘ଶକିଲା’ ପରେ ରିଚା ଚଢା ଏବେ ‘ମ୍ୟାଡାମ୍ ଚିଫ୍‌ ମିନିଷ୍ଟର୍‌’ କେନ୍ଦ୍ରୀୟ ଭୂମିକାରେ ନଜର ଆସିବେ। ଏହା ପରେ ତାଙ୍କୁ ୱେବ୍ ସିରିଜ୍ ‘କ୍ୟାଣ୍ଡି’ରେ ଜଣେ ପୋଲିସ ଅଫିସର ଭାବେ ଦେଖିବାକୁ ମିଳିବ। ଏହା ବ୍ୟତୀତ ‘ଇନ୍ସାଇଡ୍ ବୟ ସିଜନ୍ ୩’ ପାଇଁ ସୁଟିଂ ମଧ୍ୟ ଶେଷ ହୋଇଛି। ରିଚା ତାଙ୍କ କ୍ୟାରିୟରର ଏହି ପର୍ଯ୍ୟାୟରେ ବେଶ୍‌ ଖୁସି ଏବଂ ସନ୍ତୁଷ୍ଟ ଅଛନ୍ତି।

ରିଚା କହିଛନ୍ତି ମୁଁ ଏହି ପ୍ରକାରର ଚରିତ୍ରରେ ଅଭିନୟ କରିବାକୁ ଚାହୁଁଥିଲି। ମୁଁ ଖୁସି ଯେ ଏହି ପରି ଚଳଚ୍ଚିତ୍ର ବର୍ତ୍ତମାନ ପ୍ରସ୍ତୁତ ହେଉଛି। ବକ୍ସ ଅଫିସରେ ଚଳଚ୍ଚିତ୍ର ଚାଲୁଛି କି ନାହିଁ ତାହା ଏକ ଭିନ୍ନ କଥା, କିନ୍ତୁ ସବୁକିଛି ଆରମ୍ଭରୁ ଆରମ୍ଭ ହୋଇଥାଏ। ମୁଁ କଦାପି ପାରମ୍ପାରିକ ଚରିତ୍ରରେ ଅଭିନୟ କରି ନ ଥିଲି। ମୁଁ ଖୁସି ଯେ ଏଭଳି ସମୟ ଆସିଛି ଯେ ଏହି କାହାଣୀଗୁଡ଼ିକ ବଦଳାଯାଉଛି।

ସମୟ ବଦଳୁଛି ଲୋକମାନେ ଅନୁଭବ କରୁଛନ୍ତି ଯେ ଚଳଚ୍ଚିତ୍ରରେ ଅଭିନେତ୍ରୀଙ୍କ ଭୂମିକା ବଢିବା ଉଚିତ୍। ସୋନିଆ ଗାନ୍ଧୀ, ମାୟାବତୀ, ଜୟଲଳିତା, ଶୀଲା ଦୀକ୍ଷିତ ‘ସୁଷମା ସ୍ୱରାଜଙ୍କ ସମେତ ଆମର ଅନେକ ପ୍ରସିଦ୍ଧ ମହିଳା ନେତା ଅଛନ୍ତି, ଯଦିଓ ବର୍ତ୍ତମାନ ସେମାନଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି।

ତେବେ ମ୍ୟାଡାମ୍ ଚିଫ୍‌ ମିନିଷ୍ଟର କାହାର ବାୟୋପିକ୍ ନୁହେଁ। ଏକ କାଳ୍ପନିକ କାହାଣୀ। ଯେତେବେଳେ ଆମେ ଏକ ପ୍ରେରଣାଦାୟକ କାହାଣୀ ସୃଷ୍ଟି କରୁ, ଏହା ଆମକୁ ପ୍ରେରଣା ଦିଏ। ତେଣୁ, ଏହି କାହାଣୀ ଆବଶ୍ୟକ ହୁଏ। ଯେପର୍ଯ୍ୟନ୍ତ ଗଣତନ୍ତ୍ର ଅଛି, ଲୋକମାନେ ନିଶ୍ଚିତ ହେବା ଉଚିତ୍ ଏବଂ ଜବାବ୍‌ ଦେବା ଉଚିତ।

Comments are closed.