Latest Odisha News

BREAKING NEWS

ବିଦ୍ୟୁତ ଆଘାତରେ ଦନ୍ତା ହାତୀର ମୃତ୍ୟୁ 

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ପୁଣି ଦନ୍ତା ହାତୀର ମୃତ୍ୟୁ ହୋଇଛି ଜୁଜୁମୁରା କଂସର ଜଙ୍ଗଲରେ ବିଦ୍ୟୁତ ଆଘାତରେ ମାଈ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । 

ଜଙ୍ଗଲରେ ହାତୀଟି ବାଉଁଶ ଗଛ ଭାଙ୍ଗି ଖାଉଥିବା ବେଳେ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ହାତୀବାରିରୁ ଜୁଜୁମୁରା ୧୧ କେଭି ତାର ଉପରେ ଡାଳ ପଡିଗଲା  ଫଳରେ ବିଦ୍ୟୁତ ତାର ତଳକୁ ପଡିଯାଇଥିଲା ଏହି ସମୟରେ ଡାଳ ଖାଇ ଆଗକୁ ଯାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ହୋଇଥିବା ଜଣାପଡିଛି । 

ମୃତ ମାଈ ହାତୀଟିର ବୟସ ୧୫ରୁ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ଘଟଣାସ୍ଥଳରେ ବନ ବିଭାଗର ଡିଏଫଓଙ୍କ ସମେତ ଏକ ଟିମ୍ ପହଞ୍ଚି କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା ସେନେଇ ତଦନ୍ତ ଚଳାଇଛନ୍ତି ମୃତ ହାତୀର ପୋଷ୍ଟମର୍ଟମ କରାଯିବ ବୋଲି ବନ ବିଭାଗ ବିଭାଗ ପକ୍ଷରୁ ସୂଚନା ମିଳିଛି  

Leave A Reply

Your email address will not be published.