Latest Odisha News

BREAKING NEWS

ବିଦ୍ୟୁତ ଆଘାତରେ ଦନ୍ତା ହାତୀର ମୃତ୍ୟୁ 

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ପୁଣି ଦନ୍ତା ହାତୀର ମୃତ୍ୟୁ ହୋଇଛି । ଜୁଜୁମୁରା କଂସର ଜଙ୍ଗଲରେ ବିଦ୍ୟୁତ ଆଘାତରେ ମାଈ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । 

ଜଙ୍ଗଲରେ ହାତୀଟି ବାଉଁଶ ଗଛ ଭାଙ୍ଗି ଖାଉଥିବା ବେଳେ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ହାତୀବାରିରୁ ଜୁଜୁମୁରା ୧୧ କେଭି ତାର ଉପରେ ଡାଳ ପଡିଗଲା ।  ଫଳରେ ବିଦ୍ୟୁତ ତାର ତଳକୁ ପଡିଯାଇଥିଲା । ଏହି ସମୟରେ ଡାଳ ଖାଇ ଆଗକୁ ଯାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ହୋଇଥିବା ଜଣାପଡିଛି । 

ମୃତ ମାଈ ହାତୀଟିର ବୟସ ୧୫ରୁ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବନ ବିଭାଗର ଡିଏଫଓଙ୍କ ସମେତ ଏକ ଟିମ୍ ପହଞ୍ଚି କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା ସେନେଇ ତଦନ୍ତ ଚଳାଇଛନ୍ତି । ମୃତ ହାତୀର ପୋଷ୍ଟମର୍ଟମ କରାଯିବ ବୋଲି ବନ ବିଭାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।  

Comments are closed.