Latest Odisha News

ଓମିକ୍ରନ୍‌ ଅପେକ୍ଷା ଅଧିକ ବିପଜ୍ଜନକ ହୋଇପାରେ ଡେଲ୍‌ମିକ୍ରନ୍‌

ନୂଆଦିଲ୍ଲୀ: ସମଗ୍ର ବିଶ୍ବ ଏବେ କରୋନା ଭୂତାଣୁର ନୂଆ ରୂପ ଓମିକ୍ରନ୍ ଭାରିଆଣ୍ଟ ସହିତ ଲଢୁଛି। ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ଓମିକ୍ରନ୍‌। ୟୁରୋପର ଅନେକ ଦେଶରେ ଦିନକୁ ଦିନ ବଢୁଥିବା କୋଭିଡ ସଂକ୍ରମଣ ପଛରେ ଏକ ନୂତନ ଡେଲମିକ୍ରନ୍ ପ୍ରକାର ରହିଛି ବୋଲି ସନ୍ଦେହ କରାଯାଉଛି।

ଓମିକ୍ରନ୍ SARS-CoV-2 ର ଏକ ପ୍ରକାର B.1.1.1.529। ଏହା ପ୍ରଥମେ ଦକ୍ଷିଣ ଆଫ୍ରିକାରେ ରିପୋର୍ଟ କରାଯାଇଥିଲା। ଏହା ଅତି ଦ୍ରୁତ ଗତିରେ ବ୍ୟାପିଥାଏ ଏବଂ ଏପର୍ଯ୍ୟନ୍ତ ଡେଲଟା ଭାରିଆଣ୍ଟ ଅପେକ୍ଷା ସାମାନ୍ୟ ଲକ୍ଷଣ ଦେଖାଇଛି। ଏହାର ମୃତ୍ୟୁ ହାର ମଧ୍ୟ ଡେଲଟା ଠାରୁ କମ୍ ରହିଥିବା ଜଣାପଡ଼ିଛି। ଡେଲମିକ୍ରନ୍ ଭାରିଆଣ୍ଟ ହେଉଛି ଡେଲଟା ଏବଂ ଓମିକ୍ରନ୍ ପ୍ରକାରର ମିଶ୍ରଣ ଯାହା ସଂକ୍ରମଣକୁ ଶୀଘ୍ର ବିସ୍ତାର କରିବାର କ୍ଷମତା ରଖିଥାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କହିଛି ଯେ କୋଭିଡର ଓମିକ୍ରନ୍ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପିଚାଲିଛି। ଏହା ଏପର୍ଯ୍ୟନ୍ତ ୧୦୬ ଟି ଦେଶରେ କାୟା ବିସ୍ତାର କରିସାରିଲାଣି। ଓମିକ୍ରନ୍ ଉପରେ ପ୍ରାଥମିକ ତଥ୍ୟ ଅନୁଯାୟୀ ଟିକା ସୁରକ୍ଷାକୁ ମଧ୍ୟ ଏଡ଼ାଇବାରେ ସକ୍ଷମ ହୋଇପାରେ। ଏଭଳି ପରିସ୍ଥିତିରେ ଅନେକ ଦେଶ ବୁଷ୍ଟର ଡୋଜ ଦେବା ପାଇଁ ପ୍ରୟାସ ଚଳାଇଛନ୍ତି।

ଡେଲମିକ୍ରନ୍ ଭାରିଆଣ୍ଟରେ ଟିକାକରଣର ପ୍ରଭାବକୁ ନେଇ ବିଶେଷଜ୍ଞମାନେ ଏପର୍ଯ୍ୟନ୍ତ ବିସ୍ତୃତ ଭାବରେ ବ୍ୟାଖ୍ୟା କରିବାକୁ ସକ୍ଷମ ହୋଇନାହାଁନ୍ତି। ବିଶେଷଜ୍ଞମାନେ କୌଣସି ସିଦ୍ଧାନ୍ତରେ ପହଞ୍ଚିବା ପୂର୍ବରୁ ଅଧିକ ତଥ୍ୟକୁ ଅପେକ୍ଷା କରିଛନ୍ତି।

Leave A Reply

Your email address will not be published.