Latest Odisha News

BREAKING NEWS

ସାଂସଦଙ୍କ ଗାଡ଼ି ଉପରକୁ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅପରାଧୀମାନେ ଖୋଲାଖୋଲି ରାଜଧାନୀ ଛାତି ଉପରେ ଅପରାଧ ଘଟାଇ ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହେଉଛନ୍ତି। ଆଜି ରାଜଧାନୀ ଭୁବନେଶ୍ୱରର ଏକ ବ୍ୟସ୍ତବହୁଳ ୟୁନିଟ ୪ ଅଞ୍ଚଳରେ ଘଟିଥିବା ଏକ ଘଟଣାରୁ ସ୍ପଷ୍ଟ ଅନୁମେୟ।

ମିଳିଥିବା ସୂଚନା ଅନୁଯାୟୀ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ୟୁନିଟ ୪ ଅଞ୍ଚଳକୁ ଗସ୍ତ କରିଥିଲେ। ଏହି ସମୟରେ କିଛି ଅସାମାଜିକ ଯୁବକ ତାଙ୍କ କାରକେଡ଼ ଉପରକୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଏପରିକି କାରକେଡ଼ରେ ସାମିଲ ଥିବା ଏକ ଗାଡ଼ି ଉପରେ ଠିଆ ହୋଇଥିବାର ଏକ ଫଟୋ ଭାଇରାଲ ହେବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ ସାଂସଦ ମହୋଦୟାଙ୍କ କାର୍ଯ୍ୟକ୍ରମ ଗତକାଲି ଠାରୁ ପ୍ରଶାସନକୁ ଲିଖିତ ଭାବେ ଜଣାଯାଇଥିଲା। ଆଜିର ଅଘଟଣ ବିଷୟରେ ମଧ୍ୟ ପ୍ରଶାସନକୁ ଅବଗତ କରାଯାଇଛି।

Leave A Reply

Your email address will not be published.