Latest Odisha News

କ୍ରୀଡା ଇଭେଣ୍ଟରେ ରଣବୀରଙ୍କୁ ଅଣଦେଖା କଲେ ଦୀପିକା

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂ ବଲିଉଡର ସୁପରହିଟ୍ ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ । ଉଭୟ ଯୋଡିକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି । ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଛି,ଯେଉଁଥିରେ ଦୀପିକା ରଣବୀରଙ୍କୁ ଅଣଦେଖା କରୁଥିବା ଦେଖିବାକୁ ମିଳିଛି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ନିକଟରେ ଦୀପିକା ଓ ରଣବୀର ଏକ କ୍ରୀଡ଼ା ପୁରସ୍କାର କାର୍ଯ୍ୟକ୍ରମରେ ଏକାଠି ନଜର ଆସିଥିଲେ । ଦୀପିକା କଳା ରଙ୍ଗର ଶାଢି ପିନ୍ଧିଥିବା ବେଳେ ରଣବୀର ମଧ୍ୟ କଳା ରଙ୍ଗର ପ୍ୟାଣ୍ଟ ଓ କୋର୍ଟ ପିନ୍ଧିଥିଲେ, ଯେଉଁଥିରେ ଉଭୟ ଖୁବ୍ ସୁନ୍ଦର ଦେଖାଯାଉଥିଲେ । ଏକ କାରରୁ ପ୍ରଥମେ ରଣବୀର ଓହ୍ଲାଇଥିଲେ । ପରେ ଦୀପିକା ଓ ତାଙ୍କ ବାପା ତଥା ପୂର୍ବତନ ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନ ଓହ୍ଲାଇଥିଲେ । ଏହି ସମୟରେ ରଣବୀର ନିଜ ହାତ ଦୀପିକାଙ୍କ ଆଡ଼କୁ ବଢାଇଥିଲେ, ହେଲେ ଦୀପିକା ଅଣଦେଖା କରି ଆଗକୁ ବଢିଥିଲେ । ଦମ୍ପତିଙ୍କର ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ଭିନ୍ନ ଭିନ୍ନ ମତ ରଖିଛନ୍ତି । ଭଗବାନଙ୍କ ଆର୍ଶିବାଦରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ଥାଉ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.