ଜଗତସିଂହପୁର : ଦୁର୍ବଳ ନଦୀ ବନ୍ଧ। ବନ୍ଧରୁ ଖସୁଛି ଅତଡ଼ା। ଆଉ ଏନେଇ ଭୟଭୀତ ହୋଇପଡ଼ିଛନ୍ତି ଗାଁର ଲୋକେ। ବର୍ଷା ଦିନରେ ତୁହାକୁ ବର୍ଷା ସାଙ୍ଗକୁ ନଦୀ କୂଳ ଖାଉଛି । ଏପେଟେ ବନ୍ଧ କୋଉ ମହୁର୍ତ୍ତରେ ଭାଙ୍ଗିଯିବ ତାହା ବି କହିହେବନି । ଏ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଜଗତସିଂହପୁର ନାଉଗାଁ ବ୍ଲକ ତୁମ୍ବେଶ୍ୱର ଅଞ୍ଚଳର ଲୋକମାନେ।
ବନ୍ଧ ଦୁର୍ବଳ ଥିବା ବେଳେ ନିକଟରେ ଚାଲିଥିବା ପ୍ରକଳ୍ପ କାମ ଯୋଗୁ ଭୟ ଦୁଇ ଗୁଣ ହୋଇଛି। ପ୍ରକଳ୍ପ କାମ ବର୍ଷା ପୂର୍ବରୁ ଶେଷ ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ଏବେ ବର୍ଷା ବଢୁଥିବା ବେଳେ କାମ ବି ସରୁନି। ବନ୍ଧ ଖୋଳା ବି ଚାଲିଛି। ବର୍ଷାରେ ଜଳସ୍ତର ବଢୁଥିବା ବେଳେ କୌଣସି ପ୍ରକାର ଅଘଟଣକୁ ଏଡାଯାଇନପାରେ।
ଜଗତସିଂହପୁର ବ୍ଳକର ୪ଟି ପଞ୍ଚାୟତ, ନାଉଗାଁ ବ୍ଳକ ର ୧୫ଟି ପଞ୍ଚାୟତ ଓ ବାଲିକୁଦା ବ୍ଲକ ର ୬ଟି ପଞ୍ଚାୟତର ଲୋକେ ଏବେ ଭୟଭୀତ ସ୍ଥିତିରେ ରହିଥିବା ଦେଖାଦେଇଛି। ତେବେ ଯୁଦ୍ଧ କାଳୀନ ଭିତ୍ତିରେ ଏହାର ପ୍ରତିକାରାତ୍ମକ ବ୍ୟବସ୍ଥା ଗ୍ରହଣ ନ କରାଗଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେବବୋଲି ଆଶଙ୍କା ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ।
ବନ୍ଧ ଭାଙ୍ଗିଲେ ପୁରା ଗାଁ ବୁଡ଼ିଯିବ । ଏନେଇ ଏବେଠାରୁ ପ୍ରତିାକର କରାଯିବାକୁ ଗାଁର ଲୋକେ ଦାବି କରିଛନ୍ତି।
Comments are closed.