Latest Odisha News

ହଠାତ୍ ଅସୁସ୍ଥ ହୋଇ ତଳେ ପଡିଗଲେ ଲାଲୁ ପ୍ରସାଦ ଯାଦବଙ୍କ ପୁତ୍ର ତେଜପ୍ରତାପ

ପାଟନା: ରାଷ୍ଟ୍ରୀୟ ଜନତା ଦଳର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଶନିବାର ହଠାତ୍ ଅସୁସ୍ଥ ହୋଇ ତଳେ ପଡି ଯାଇଥିଲେ । ପୂର୍ବତନ ମନ୍ତ୍ରୀ ତେଜପ୍ରତାପଙ୍କ ଅସୁସ୍ଥତା କାରଣ ଜଣାପଡି ନାହିଁ । ଆମ୍ବୁଲାନ୍ସରେ ତାଙ୍କୁ ଡାକ୍ତରଖାନା ନିଆଯାଇଛି । ସେଠାରେ ମାଆ ରାବ୍ରି ଦେବୀ ଓ ସାନ ଭାଇ ତେଜସ୍ୱୀ ଯାଦବ ଉପସ୍ଥିତ ଅଛନ୍ତି ।

ସେ ମାଆଙ୍କ ପାଖକୁ ଆଜି ୨ ଥର ଯାଇଥିଲେ । ଏହା ପରେ ହଠାତ ତାଙ୍କ ଦେହ ଖରାପ ହୋଇଥିଲା ଏବଂ ସେ ଅଚେତ ହୋଇ ପଡି ଯାଇଥିଲେ । ୫୦ରୁ ଊର୍ଦ୍ଧ୍ୱ ସମର୍ଥନ ଘର ଆଗରେ ଜମା ହୋଇ ରହିଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ହେବା ଖବର ନ ଜାଣିବା ପର୍ଯ୍ୟନ୍ତ ଯିବେ ନାହିଁ ବୋଲି ସେମାନେ କହିଛନ୍ତି।

Leave A Reply

Your email address will not be published.