Latest Odisha News

BREAKING NEWS

କୋଭିଡ ଡାକ୍ତରଖାନା ଯାଞ୍ଚ ପାଇଁ ସ୍ବତନ୍ତ୍ର ସ୍କ୍ୱାର୍ଡ ଗଠନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦେଶ ଦେଲେ ବାଚସ୍ପତି 

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ତଥା ବେସରକାରୀ କୋଭିଡ ଡାକ୍ତରଖାନାର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିବାକୁ ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶନିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କୋଭିଡ ରୋଗୀଙ୍କ ଚିକିତ୍ସାରେ ଚରମ ଅବ୍ୟବସ୍ଥା ସମ୍ପର୍କରେ ବିରୋଧୀଦଳ ନେତା ପ୍ରଦୀପ ନାୟକଙ୍କ ଅଭିଯୋଗ ଉପରେ ଏକ ରାୟ ପ୍ରଦାନ କରି ପାତ୍ର କହିଛନ୍ତି ଯେ ସରକାର ମଧ୍ୟ ଏଭଳି ଅଭିଯୋଗ ଗ୍ରହଣ କରୁଛନ୍ତି।

ବାଚସ୍ପତି ମନ୍ତ୍ରୀଙ୍କୁ ଏକ ସ୍ୱତନ୍ତ୍ର ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ରାଜ୍ୟର ସମସ୍ତ କୋଭିଡ ଡାକ୍ତରଖାନା ପରିଦର୍ଶନ କରିବ ଏବଂ ସେମାନଙ୍କର ସାମଗ୍ରିକ ପରିଚାଳନା ତଦାରଖ କରିବ।

Leave A Reply

Your email address will not be published.