Latest Odisha News

BREAKING NEWS

ନୂଆ ସଂସଦ ଭବନକୁ କଫୀନ ସହ ତୁଳନା କଲା ଆର୍‌ଜେଡି ! ବିଜେପି କହିଲା, ରାଜଦ୍ରୋହ ମାମଲା ହେଉ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘଟାନ ସରିଲା। ହେଲେ ବିବାଦ ଥମିଲାନି। ଏବେ ନୂଆ ସଂସଦ ଭବନକୁ କଫୀନ ସହ ତୁଳନା କରିଛି ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)। ନୂଆ ସଂସଦ ଭବନର ଏକ ଫଟୋ ଓ କଫୀନର ଏକ ଫଟୋକୁ ଏକା ସାଙ୍ଗରେ ଟ୍ୱିଟ୍ କରି ଏହା କ’ଣ ବୋଲି ପଚାରିଛି।

ଏହାକୁ ନେଇ ବିବାଦ ଉଠିବା ପରେ ଦଳ ପକ୍ଷରୁ ସଫେଇ ଦେଇଛନ୍ତି ଆର୍‌ଜେଡି ନେତା ଶକ୍ତି ସିଂହ ଯାଦବ। ସେ କହିଛନ୍ତ ଯେ ଆମେ ଯେଉଁ କଫୀନ ଟ୍ୱିଟ୍ କରୁଛି ତାହା ଏହା ଦର୍ଶାଇବା ପାଇଁ ଯେ ଆମ ଗଣତନ୍ତ୍ର ସମାଧିନ ନେଇସାରିଛି। ସଂସଦ ଗଣତନ୍ତ୍ରର ମନ୍ଦିର ଓ ଆଲୋଚନାର ସ୍ଥାନ।

ଆର୍‌ଜେଡି ଟ୍ୱିଟ୍ କରିବାର ତୁରନ୍ତ ପରେ ବିଜେପି ଏହାକୁ କଡ଼ା ସମାଲୋଚନା କରିଛି। ଯେଉଁମାନେ ନୂଆ ସଂସଦ ଭବନକୁ କଫୀନ ସହ ତୁଳନା କରିଛନ୍ତି ସେମାନଙ୍କ ବିରୋଧରେ ରାଜଦ୍ରୋହ ମାମଲା ହେବା ଉଚିତ ବୋଲି ବିଜେପି ନେତା ଶୁଶୀଲ ମୋଦୀ କହିଛନ୍ତି। ସେହିପରି ବିଜେପି ପ୍ରବକ୍ତା ଗୌରବ ଭାଟିଆ କହିଛନ୍ତି ଯେ ୨୦୨୪ରେ ଦେଶର ଲୋକ ତୁମକୁ ଏହି କଫୀନରେ ସମାଧି ଦେବେ।

ବହୁ ରାଜି ଅରାଜି ଓ ତର୍କ ବିତର୍କ ପରେ ଉଦ୍‌ଘାଟିତ ହୋଇଛି ନୂଆ ସଂସଦ ଭବନ। ସର୍ବଧର୍ମର ପ୍ରାର୍ଥନା ସହ ମନ୍ତ୍ରସିଦ୍ଧ ହୋଇଛି ଆଇନର ଏହି ମନ୍ଦିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦ୍‌ଘାଟନ କରିବା ସହିତ ଐତିହାସିକ ସେଙ୍ଗୋଲ୍‌କୁ ବାଚସ୍ପତି ଚୌକୀ ପାଖରେ ସ୍ଥାପନା କରିଛନ୍ତି।

ଏହା ପୂର୍ବରୁ ଉଦ୍‌ଘଟାନ ପାଇଁ ବଲିଉଡ୍‌ର ଦୁଇ ଷ୍ଟାର ଶାହରୁଖ ଖାନ୍ ଓ ଅକ୍ଷୟ କୁମାର ଭଏସ୍‌ ଓଭର ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଷ୍ଟାରକୁ ଅନୁରୋଧ କରିବା ମାତ୍ରେ ଦୁଇ ଅଭିନେତା ନିଜ ନିଜ ଭାବାବେଗ ପ୍ରକାଶ କରି ନୂଆ ସଂସଦ ଭବନ ପାଇଁ ଭଏସ ଦେଇଥିଲେ। ଯାହାକୁ ଦୁଇ ଅଭିନେତାଙ୍କ ସମେତ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟ୍ୱିଟ୍ କରି ଶେୟାର କରିଥିଲେ।

Comments are closed.