Latest Odisha News

ଅଭୁଲା ଗୀତ : ଝୁମି ଝୁମି ଆସେ ଆଖି

ସଙ୍ଗୀତ : ଶ୍ରୀକୁମାର 
ଗୀତ : ଅକ୍ଷୟ ମହାନ୍ତି 
ଗାୟନ : ଅକ୍ଷୟ ମହାନ୍ତି,  ସୁଜାତା ମୁଖାର୍ଜୀ 
ଚଳଚ୍ଚିତ୍ର :  ସ୍ତ୍ରୀ,୧୯୬୮

 

ଝୁମି ଝୁମି ଆସେ ଆଖି

ସପନ ଭରା ଜୀବନେ ମୋର

ସପନ ଭରା ଜୀବନେ ମୋର

ରାତି ଆଉ କେତେ ବାକି?

 

ଅନେକ ତାରା ଆକାଶ ସାରା

କିଏ ବା କାହାର ସାଥୀ

ଦିନର ବୁକେ ସବୁ ତ ହଜେ

ସରିଲେ ରାତିର ଗୀତି

 

ପାଏନା ଖୋଜି ସକାଳେ କା’ରେ

ପାଏନା ଖୋଜି, ସକାଳେ କା’ରେ

ହାରେ ମୁଁ ଡାକି ଡାକି,

ହାଏ

ଆଖି ଯାଏ ମୋର ଥକି

ଝୁମି ଝୁମି ଆସେ ଆଖି

 

ଅନେକ ଜଳି, ଅନେକ ଖେଳି

ପାଇଛି ଆଜି ଖୋଜି

ଜୀବନ ମୋର କରଜ ସିନା

ହେବନି କେବେ ସୁଝି

ସେଇଥିପାଇଁ ସପନ ହାତେ

ଦେଇଛି ମତେ ବିକି

ହାଏ

ଜହ୍ନ ଏକା ମୋର ସାକ୍ଷୀ

ଝୁମି ଝୁମି ଆସେ ଆଖି

 

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Comments are closed.