ନୂଆଦିଲ୍ଲୀ: ନିଷ୍ଠୁର କରୋନା ପୁଣି ଜଣେ ରାଜନେତାଙ୍କ ଜୀବନ ନେଇଛି । କରୋନାରେ ଆଖି ବୁଜିଛନ୍ତି ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜିତ ସିଂହ । ଆଜି ତାଙ୍କର ଦେହାନ୍ତ ହୋଇଛି । ଏନେଇ ତାଙ୍କ ପୁଅ ଜୟନ୍ତ ଚୌଧୁରୀ ସ୍ପଷ୍ଟ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।
କରୋନା ସଂକ୍ରମିତ ହେବା ପରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଫୁସଫୁସ ସଂକ୍ରମଣ ଯୋଗୁ ମଙ୍ଗଳବାର ରାତିରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ପୁଅ ଅଜିତ ସିଂହ । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।
ଆରଏଲଡି ଦଳର ପ୍ରତିଷ୍ଠାତା ଥିଲେ ଅଜିତ ସିଂହ । ଉତ୍ତରପ୍ରଦେଶ ବାଘପତରୁ ସାତ ସାତ ଥର ସାଂସଦ ଥିଲେ । କେନ୍ଦ୍ରରେ କୃଷି, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ବି ଥିଲେ ଅଜିତ ସିଂହ । ୟୁପିଏ, ଏନଡିଏ ମେଣ୍ଟରେ ତାଙ୍କ ଦଳ ବିଭିନ୍ନ ସମୟରେ ରହିଛି ।
Comments are closed.