କଟକ: ମେମୋ ଟ୍ରେନରେ ଆସି କଟକରେ ପହଞ୍ଚିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳ ଷ୍ଟେସନର ନବକଳେବର କାର୍ଯ୍ୟର ସମୀକ୍ଷା କଲେ ରେଳମନ୍ତ୍ରୀ। ଅଶ୍ୱିନୀ ବୈଷ୍ଣବ ରବିବାର ଭୁବନେଶ୍ୱରରୁ କଟକ ଯାଏ ମେମୋ ଟ୍ରେନରେ ଯାତ୍ରା କରିବା ସମୟରେ ଯାତ୍ରୀମାନଙ୍କ ସମସ୍ୟା ଏବଂ ସୁବିଧା ବିଷୟରେ ପଚାରି ବୁଝିଥିଲେ।
ଟ୍ରେନରେ ସାଧାରଣ ଯାତ୍ରୀ ଭାବରେ ଯାତ୍ରା କରୁଥିବା ରେଳମନ୍ତ୍ରୀ ଯାତ୍ରୀଙ୍କ ସହ ବାର୍ତ୍ତାଳପ କରିଥିଲେ। ସେ ଟ୍ରେନରେ ଥିବା ସୁବିଧା ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ଆଲୋକପାତ କରିଥିଲେ। ଯାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ ଆଶ୍ୱାସନା ମଧ୍ୟ ଦେଇଥିଲେ। ଟ୍ରେନରେ ଯାତ୍ରା କରିବା ସମୟରେ ମନ୍ତ୍ରୀଙ୍କ ସହ କିଛି ଯାତ୍ରୀ ଏବଂ ସ୍କୁଲ ଛାତ୍ରଛାତ୍ରୀ ଫଟୋ ମଧ୍ୟ ଉଠାଇଥିଲେ।
କଟକ ଷ୍ଟେସନରେ ପହଞ୍ଚିବା ପରେ ବୈଷ୍ଣବ ସେହି ଅଞ୍ଚଳ ବୁଲି ଷ୍ଟେସନ ମାଷ୍ଟର ଏବଂ ଅନ୍ୟ ରେଳ ଅଧିକାରୀଙ୍କ ସହ କଥାବାର୍ତ୍ତା ହେବା ସହ କଟକରୁ ଜିଲ୍ଲାର ନରାଜ ମାର୍ଥାପୁରର ରେଳ ଷ୍ଟେସନକୁ ଯାଇଥିଲେ ମନ୍ତ୍ରୀ। ସେଠାରେ ସେ ରେଳ ଅଧିକାରୀଙ୍କ ସହ ଷ୍ଟେସନରେ ନିଆଯାଇଥିବା ବିକାଶମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ।
Comments are closed.