Latest Odisha News

BREAKING NEWS

ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍; ୨ମୃତ, ୧୫ରୁ ଉର୍ଦ୍ଧ୍ବ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନଟି ଓଲଟି ପଡିବାରୁ ଦୁଇ ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ, ୧୫ ଜଣ ଗୁରୁତର ହୋଇଛନ୍ତି । ତେବେ ସେମାନଙ୍କ ଭିତରୁ ୭ ଜଣ ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ, ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ମୁତାବକ, ଆଜି ଭୋରୁ ଦୁଇଟି ପିକଅପ୍ ଭ୍ୟାନରେ ଦଣ୍ଡୁଆମେନେ ବ୍ରହ୍ମପୁରରୁ କ୍ଷେତ୍ରି ବ୍ରହ୍ମପୁର ଯାଉଥିଲେ । ଏହି ସମୟରେ ହିଞ୍ଜିଳିକାଟୁ ସୋମ୍ପୁର ନିକଟରେ ପିକ୍ଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଗୁରୁତର ହୋଇଥିବା ସମସ୍ତ ୧୫ ଜଣଙ୍କୁ ପ୍ରଥମେ ନିକଟସ୍ଥ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ମଧ୍ୟରୁ ୭ ଜଣ ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନନ୍ତର କରାଯାଇଛି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆମ୍ଭ କରିଛି ।

Comments are closed.