Latest Odisha News

BREAKING NEWS

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ; ୩ ମୃତ, ୪ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଓସ୍ତପୁର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରୋଟି ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଏହି ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କ ମୃତ୍ୟୁହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ବୋଲେରୋରେ ଡ୍ରାଇଭରକୁ ମିଶାଇ ମୋଟ ୭ ଜଣ ସଦସ୍ୟ ଥିଲେ । ଏଯାବତ୍ ମୃତାହତଙ୍କ ପରିଚୟ ମିଳିପାରିନାହିଁ ।

ସୂଚନା ଅନୁଯାୟୀ, ନରଣପୁର ଗାଁ’ରୁ ଡ୍ରାମା କଳାକାରମାନେ ରିହରସାଲ ସାରି ନିଜ ଘରକୁ ଫରୁଥିଲେ । ଏହି ସମୟରେ ଓସ୍ତପୁର ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ବୋଲେରୋରେ ଥିବା ୭ ଜଣଙ୍କ ମଧ୍ୟରୁ ୩ ଜଣ କଳାକାରଙ୍କର ମୃତ୍ୟୁ ଘଟିଥିବା ବେଳେ, ୪ ଜଣ ଗୁରୁତର ହୋଇଥିଲେ ।

ସ୍ଥାନୀୟବାସିନ୍ଦାଙ୍କ ସହାୟତାରେ ଆହତମାନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ତାନାନ୍ତର କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ଜବତ କରି ତଦନ୍ତ ଜାରି ରିଖିଛି । ତେବେ ଏହି ଦୁର୍ଘଟଣାଟି ଡ୍ରାଇଭରର ଆଖି ଲାଗିଯିବାରୁ ଘଟିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.