Latest Odisha News

‘ବିଜେଡି ବିଜେପି ସରିଛି ଆସନ ବୁଝାମଣା’ ଅପେକ୍ଷା ଘୋଷଣାକୁ !

ଭୁବନେଶ୍ୱର: ଦ୍ୱନ୍ଦ୍ୱ ଭିତରେ ବଢ଼ିଛି ଓଡ଼ିଶାରେ ଦୁଇ ଦଳ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ମେଣ୍ଟ ସମ୍ଭାବନା । ସୋସିଆଲ ମିଡିଆ ଏକ୍ସରେ ବରିଷ୍ଠ ସାମ୍ୱାଦିକ ରାଜଦୀପ ସରଦେଶାଇଙ୍କ ସଦ୍ୟତମ ପୋଷ୍ଟକୁ ନେଇ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ସମ୍ଭାବନାକୁ ଖୋରାକ ଯୋଗାଇଛି । ରାଜଦୀପ ଏକ୍ସରେ ବିଜେଡି-ବିଜେପି ମଧ୍ୟରେ ଆସନ ବୁଝାମଣା ସମ୍ପର୍କରେ ତଥ୍ୟ ଦେଇଛନ୍ତି । ସେ ଉଲ୍ଲେଖ କରିଛନ୍ତି, ବିଜେପି ୧୩ ଓ ବିଜେଡି ୮ ଲେକାସଭା ଆସନରେ ପ୍ରାର୍ଥୀ ଦେଇପାରେ । ବିଧାନସଭାରେ ବିଜେଡି ୯୮ ଓ ବିଜେପି ଭାଗରେ ୪୯ ଆସନ ଥିବା କୁହାଯାଉଛି । ଦିନେ ଦୁଇ ଦିନ ଭିତରେ ଏନେଇ ବିଦ୍ଧିବଦ୍ଧ ଘୋଷଣା ହୋଇପାରେ ବୋଲି  ରାଜଦୀପ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟ ବିଜେପିର  ଶୀର୍ଷ ନେତୃତ୍ୱ ଦିଲ୍ଲୀରେ ଥିବାରୁ ସସପେନ୍ସ ଜାରି ରହିଛି । ପୁଣି ଫୋନ୍ କଲ ଆସିବାରୁ ରବିବାର ସନ୍ଧ୍ୟାରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଧାରଣ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର , ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି  ଓ ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ର ସମେତ ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇଛନ୍ତି ।

ଅନ୍ୟପକ୍ଷରେ ବିଜେଡି ସହିତ ମେଣ୍ଟ କରିବା ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇ ନାହିଁ ବୋଲି ପୂର୍ବରୁ ରାଜ୍ୟସଭାପତି ମନମୋହନ ସାମଲ କହିଥିଲେ । ରାଜ୍ୟରେ ବିଜେପି ଏକାକୀ ଲଢ଼ିବ  ବୋଲି କହିଥିଲେ । କୌଣସି ମେଣ୍ଟ ଚର୍ଚ୍ଚା ହୋଇନି । ସବୁ ଆସନ ପାଇଁ ଆମେ ପ୍ରସ୍ତୁତି କରୁଛୁ ବୋଲି ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲାତା ଉସେଣ୍ଡି ମଧ୍ୟ କହିଥିଲେ । ସେହପିରି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର କହିଥିଲେ ଯେ ଆମେ ରାଜ୍ୟର ସବୁ ସିଟରେ ଲଢ଼ିବାକୁ ପ୍ରସ୍ତୁତି ଜାରି ରଖିଛୁ ।

Leave A Reply

Your email address will not be published.