Latest Odisha News

BREAKING NEWS

ଭାରସାମ୍ୟ ହରାଇ ପୋଲକୁ ଧକ୍କା ଦେଲା ଟ୍ରଲର; ଜଣେ ମୃତ, ଜଣେ ଗୁରୁତର

ବେତନଟୀ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ୧୮ ନମ୍ବର ଜାତୀୟ ରାଜପଥ ନହଣ୍ତାଶୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।ଭାରସାମ୍ୟ ହରାଇ ଓଲଟିଲା ଟ୍ରଲର । ଏହା ତଳେ ଚାପିହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ।

ସୂଚନାନୁସାରେ, ବିଶାଖାପାଟନମ ଅଭିମୁଖେ ଯାଉଥିବା ଏକ ଟ୍ରଲର ମୟୂରଭଞ୍ଜ ଜିଲ୍ଲା ବେତନଟୀ ୧୮ ନମ୍ବର ଜାତୀୟ ରାଜପଥ ନହଣ୍ତାଶୋଳ ନିକଟରେ ଭାରସାମ୍ୟ ହରାଇ ପୋଲକୁ ଧକ୍କା ଦେଇଛି । ଏହା ତଳେ ଚାପିହୋଇଯାଇଥିଲେ ଗାଡି ର ହେଲପର। ତେବେ ପୋଲିସ ହେଲପରଙ୍କୁ ବହୁ କଷ୍ଟରେ ଗାଡି ତଳୁ ଉଦ୍ଧାର କରିଥିଲେ ସୁଦ୍ଧା ସେତେବେଳକୁ ତାଙ୍କ ମୃତ୍ଯୁ ହୋଇ ସାରିଥିଲା।

ସେହିପରେ ଦୁର୍ଘଟଣାରେ ଗାଡି ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି । ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.