Latest Odisha News

BREAKING NEWS

ମୟୂରଭଞ୍ଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୨ ମୃତ, ୧୦ ଆହତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଖବର ଅନୁଯାୟୀ, ଏକ ଅଟୋ ରିକ୍ସା କୁ ବିପରିତ ଦିଗରୁ ଆସୁଥିବା ଏକ ଟ୍ରଲର ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ଏହାସହ ପାଖାପାଖି ୧୦ ଜଣ ଆହତ ହୋଇଛନ୍ତି । ତେବେ ଅନ୍ୟ ଆହତ ମାନଙ୍କୁ ସ୍ଥାନୀୟ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଆହତ ଥିବାରୁ ସେମାନଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ମୃତକ ମାନଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ। ତେବେ ଟ୍ରଲରଟିର ବ୍ରେକ ଫେଲ ହୋଇ ଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି। ଅନ୍ୟପଟେ ବାଙ୍ଗିରିପୋଷି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.