ଦେଶରେ ୫୦ ଲକ୍ଷ ଟପିଲା କରୋନା ମାମଲା; ୨୪ ଘଣ୍ଟାରେ ୧୨୯୦ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଲାଣି କରୋନା ମହାମାରୀ । ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ, ସୃଷ୍ଟି ହେଉଛି ନୂଆ ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୪ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର ମିଟର ।

ଗତ ୨୪ ଘଣ୍ଟାରେ ଦେଶରେ ୧୨୯୦ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏହା ସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୮୨ ହଜାର ୦୬୬ ରେ ପହଞ୍ଚିଛି ।

ଏହାସହ ଗତ ୨୪ ଘଣ୍ଟାରେ ୯୦,୧୨୩ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ମୋଟ ସଂଖ୍ୟା ୫୦,୨୦,୩୬୦ ରେ ପହଞ୍ଚିଛି।

ବର୍ତ୍ତମାନ ସୁଦ୍ଧା ଦେଶରେ ୯,୯୫,୯୩୩ ଟି ସକ୍ରିୟ ମାମଲା ରହିଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ୩୯,୪୨,୩୬୧ ଛୁଇଁଛି ।

ଦେଶରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ବିହାର, ଓଡିଶା ଉତ୍ତରପ୍ରଦେଶ ଆଦି ରାଜ୍ୟରେ ସଂକ୍ରମଣ ବଢୁଛି । ସେହିପରି ଟେଷ୍ଟିଂ କ୍ଷମତା ବି ବୃଦ୍ଧି କରାଯାଇଛି ।