Latest Odisha News

BREAKING NEWS

ପାରାଦୀପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ଜଣଙ୍କର ଶୋଚନୀୟ ମୃତ୍ୟୁ

ପାରାଦୀପ: ପାରାଦୀପ ବନ୍ଦରାଞ୍ଚଳରେ ୨ଟି ଭିନ୍ନଭିନ୍ନ ସ୍ଥାନରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁବାର ଦିନ ଦୁଇ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଅଠରବାଙ୍କି ଟର୍ମିନାଲ ନିକଟରେ ଆଜି ସକାଳେ ଏକ ବାଇକ ଆରୋହୀଙ୍କୁ ପଛପଟରୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣାରେ ୟେନିଭରସାଲ ସର୍ଭେ କମ୍ପାନୀରେ କାର୍ଯ୍ୟରତ ଉମେଶ ବେହେରାଙ୍କ ମୃତ୍ୟୁ ଘଟିଛି । ତାଙ୍କ ଘର ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ହୋଇଥିବା ବେଳେ ସେ ପୋର୍ଟରୁ କାର‌୍ୟ୍ୟ ସାରି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି ।

ସେହିପରି ଜଣେ ସାଇକେଲ ଆରୋହୀଙ୍କୁ ନେହେରୁବଙ୍ଗଳା ନିକଟରେ ଏକ ହାଇୱା ଧକ୍କା ଦେଇଥିବା ସୂଚନା ମିଳିଛି । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣକ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଚିରେଇପୁର ଗ୍ରାମର ପ୍ରମୋଦ ସେଠୀ ହୋଇଥିବା ବେଳେ ସେ କୌଣସିକାରଣ ବଶତଃ ନେହେରୁବଙ୍ଗଳା ଆଡେ ଯାଉଥିଲେ ।

ପ୍ରମୋଦ ଜଣେ ଶୁଖୁଆ ବ୍ୟବସାୟୀ ବୋଲି ଜଣାପଡିଛି ।

ତେବେ ଖବର ପାଇ ପାରାଦୀପ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚ ିବା ସହ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଏହାବ୍ୟତିତ ଦୁର୍ଘଟଣା ଘଟାଇଥିବା ଦୁଇଟି ଯାକ ଟ୍ରକ୍ ଓ ଡମ୍ଫର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ଖୋଳତାଡ ଆରମ୍ଭ ହୋଇଥିବା ପୋଲିସ ସୁତ୍ରରୁ ପ୍ରକାଶ ।

Comments are closed.