କନ୍ଧମାଳ: କ.ନୂଆଁଗା ବ୍ଲକ୍ ଜିଡୁବାଡିରରେ ବୋଲେରୋ ମାଡ଼ି ଯିବାରୁ ଶିଶୁ ପୁତ୍ରର ମୃତ୍ୟୁକୁ ନେଇ ଉତ୍ତେଜନା । ତାତିଲେ ଲୋକ । ବାଲିଗୁଡ଼ା-ରାଇକିଆ ରାସ୍ତାକୁ ଅବରୋଧ କରିିଥିଲେ । ରାସ୍ତାରେ ମୃତଦେହ ରଖିବା ସହ କାଠ ଓ ପଥର ପକାଇ ଧାରଣା ଦେଇଥିଲେ ଉତ୍ୟକ୍ତ ଲୋକ । ଫଳରେ ଏହି ରାସ୍ତାରେ ବାଧାପ୍ରାପ୍ତ ହୋଇଥିଲା ଗାଡ଼ି ମୋଟର ଚଳାଚଳ । ସଂପୃକ୍ତ ଗାଡ଼ିର ଡ୍ରାଇଭରକୁ ତୁରନ୍ତ ଗିରଫ ଓ କ୍ଷତିପୂରଣ ଦାବି କରିଛନ୍ତି ।

ଗତକାଲି ଅପରାହ୍ଣରେ ଜିଡୁବାଡିର ସୁଶୀଳ ପ୍ରଧାନଙ୍କ ପାଞ୍ଚ ବର୍ଷର ପୁଅ ଉପରେ ଏକ ବୋଲେରୋ ମାଡ଼ି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପରିବାର ଲୋକଙ୍କ ପକ୍ଷରୁ ଗାଡି ଡ୍ରାଇଭର ଓ ମାଲିକଙ୍କୁ ନାଁରେ ସାରଙ୍ଗଗଡ ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.