କନ୍ଧମାଳ: କ.ନୂଆଁଗା ବ୍ଲକ୍ ଜିଡୁବାଡିରରେ ବୋଲେରୋ ମାଡ଼ି ଯିବାରୁ ଶିଶୁ ପୁତ୍ରର ମୃତ୍ୟୁକୁ ନେଇ ଉତ୍ତେଜନା । ତାତିଲେ ଲୋକ । ବାଲିଗୁଡ଼ା-ରାଇକିଆ ରାସ୍ତାକୁ ଅବରୋଧ କରିିଥିଲେ । ରାସ୍ତାରେ ମୃତଦେହ ରଖିବା ସହ କାଠ ଓ ପଥର ପକାଇ ଧାରଣା ଦେଇଥିଲେ ଉତ୍ୟକ୍ତ ଲୋକ । ଫଳରେ ଏହି ରାସ୍ତାରେ ବାଧାପ୍ରାପ୍ତ ହୋଇଥିଲା ଗାଡ଼ି ମୋଟର ଚଳାଚଳ । ସଂପୃକ୍ତ ଗାଡ଼ିର ଡ୍ରାଇଭରକୁ ତୁରନ୍ତ ଗିରଫ ଓ କ୍ଷତିପୂରଣ ଦାବି କରିଛନ୍ତି ।

ଗତକାଲି ଅପରାହ୍ଣରେ ଜିଡୁବାଡିର ସୁଶୀଳ ପ୍ରଧାନଙ୍କ ପାଞ୍ଚ ବର୍ଷର ପୁଅ ଉପରେ ଏକ ବୋଲେରୋ ମାଡ଼ି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପରିବାର ଲୋକଙ୍କ ପକ୍ଷରୁ ଗାଡି ଡ୍ରାଇଭର ଓ ମାଲିକଙ୍କୁ ନାଁରେ ସାରଙ୍ଗଗଡ ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।
BREAKING NEWS
- Jagannath Temple:ମହାପ୍ରଭୁଙ୍କ ନୀତି ବିଳମ୍ବ ଘଟଣା: ଜଣେ ଖୁଣ୍ଟିଆ ସେବକ ନିଲମ୍ବନ,ଦୁଇ ସେବକଙ୍କୁ…
- Odisha Police:ଜୁଭେନଟିକା କନକ୍ଲେଭରେ ଶିଶୁମାନଙ୍କ ଡିଜିଟାଲ୍ ସୁରକ୍ଷାକୁ ନେଇ ଓଡ଼ିଶା ପୋଲିସ ଏବଂ ୟୁନିସେଫର ଆଲୋଚନା
- Grief in Indian Football: ଭାରତୀୟ ଫୁଟବଲ୍ ଜଗତ ପାଇଁ ଦୁଃଖଦ ଖବର; ଖେଳିବାବେଳେ ଚାଲିଗଲା ଯୁବ ଡିଫେଣ୍ଡରଙ୍କ ଜୀବନ
- ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ୪୮୫ଟି ମାଓ ପ୍ରଭାବିତ ଗ୍ରାମକୁ ମିଳିବ କ୍ରୀଡ଼ା ସାମଗ୍ରୀ
- ଭୁବନେଶ୍ୱରରୁ କଟକ ଚଳାଚଳ କରିବ ନମୋ ଟ୍ରେନ; ମେଟ୍ରୋ ପ୍ରକଳ୍ପକୁ ନେଇ ରେଳମନ୍ତ୍ରୀ କହିଲେ…
- Growing Passion for Cricket: ମହିଳା କ୍ରିକେଟର କ୍ରେଜ୍ ଆକାଶଛୁଆଁ
- ପ୍ରାପ୍ତବୟସ୍କ ଝିଅ ସ୍ବାଧୀନ ଭାବେ ବଞ୍ଚି ରହିବାର ନିଷ୍ପତ୍ତି ନିଜେ ନେଇପାରିବେ: ହାଇକୋର୍ଟ
- Neena Gupta: ୬୬ ବର୍ଷ ବୟସରେ ନୀନା ଗୁପ୍ତା ଗର୍ଭବତୀ ?
- ଖେଳାଳିଙ୍କ ଉପରେ ଲଗାଯାଇଥିବା ଜରିମାନା ଖବରକୁ ଖଣ୍ଡନ କଲା ପିସିବି
- ମାର୍ଚ୍ଚ ୨୧ରୁ ପୁରୀ ବେଳାଭୂମିରେ ତିନି ଦିନିଆ “ଫିଟ୍ ଇଣ୍ଡିଆ କାର୍ଣ୍ଣିଭାଲ୍”
Comments are closed.