Latest Odisha News

BREAKING NEWS

ଆସନ୍ତା ଶିକ୍ଷାବର୍ଷରୁ ସଡକ ସୁରକ୍ଷା ବିଷୟ ପଢିବେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ !

ଭୁବନେଶ୍ୱର: ୨୦୨୦-୨୧ ଶିକ୍ଷାବର୍ଷରୁ ଓଡିଶାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ପାଠ୍ୟକ୍ରମରେ ସଡକ ସୁରକ୍ଷା ବିଷୟ ଅନ୍ତର୍ଭୂକ୍ତ ହେବାର ସମ୍ଭାବନା ନାହିଁ।

ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ କୋଭିଡ-୧୯ର ମୁକାବିଲା ଲାଗି ଜାରି ଲକଡାଉନ ଯୋଗୁଁ ରାଜ୍ୟରେ ଏକାଡେମିକ୍ ଅଧିବେଶନ ଆରମ୍ଭ ହେବାରେ ବିଳମ୍ବ ହେଉଛି।

“ଏହାଯୋଗୁଁ ସିଲାବସରେ ନୂଆ ପାଠ୍ୟକ୍ରମ ଯୋଡିବା ସମ୍ଭବ ନୁହେଁ। ତେଣୁକରି ଆସନ୍ତା ଏକାଡେମିକ୍ ଅଧିବେଶନରୁ ଏହି ବିଷୟ ଅନ୍ତର୍ଭୁକ୍ତ ହେବ” ବୋଲି ଆମେ ଆଶା କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି।

ଛାତ୍ରଛାତ୍ରୀ ମାନଙ୍କୁ ଟ୍ରାଫିକ୍ ନିୟମ ସମ୍ପର୍କରେ ଅବଗତ ଏବଂ ପାଳନ କରିବାରେ ସହାୟକ କରିବା ଲାଗି ପରିବହନ ବିଭାଗ ପକ୍ଷରୁ ୨୦୨୦-୨୧ଶିକ୍ଷାବର୍ଷରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ସିଲାବସରେ ସଡକ ସୁରକ୍ଷା ଉପରେ ଏକ ବିଷୟ କିମ୍ବା ଅଧ୍ୟାୟ ଅନ୍ତର୍ଭୁକ୍ତ କରିବା ପାଇଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦିଆଯାଇଥିଲା।

Leave A Reply

Your email address will not be published.