Latest Odisha News

BREAKING NEWS

ନିର୍ଧୁମ୍ ଛେଚା ଖାଇଲା ଚୋର

ଅନୁଗୁଳ :ଘରେ ପଶି ଚୋରି କରୁଥିବା ବେଳେ ଧରାପଡ଼ିଲେ ଚୋର । ନିର୍ଧୁମ୍ ମାଡ ଖାଇବା ପରେ ପୋଲିସ ଚୋରକୁ ବାନ୍ଧି ନେଇଛି । ଏହି ଘଟଣାରେ ସଂପୃକ୍ତ ଅନ୍ୟଦୁଇଜଣ ଫେରାର ଅଛନ୍ତି। ଏପରି ଘଟଣା ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୋରଡା ଗାଁର ଆମ୍ବିୁରି ସାହିରେ ଘଟିଛି । ଟଙ୍କା ସହ ସୁନାଗହଣା ଲୁଟିବା ପାଇଁ ଆସିଥିଲା ଚୋରା । ଏହି ଚୋର ଜଣକ ପୁଟଗାଡିଆ ଗାଁର ସାଗର ସିଂହ ବୋଲି ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ କୋରଡା ଗାଁର ଚକ୍ରଧର ସାହୁ ଘର ବାହାରେ ଶୋଇଥିବା ବେଳେ ଅନ୍ୟମାନେ ଘର ଭିତରେ ଶୋଇଥିଲେ । ଏହି ସମୟରେ ଚୋର ଚକ୍ରଧରଙ୍କ ମୁଣ୍ଡ ପାଖରୁ ମୋବାଇଲ ନେବା ସହ ମୁଣ୍ଡ ତଳୁ ଆଲମାରୀ ଚାବିଖୋଜିବା ସମୟରେ ୭୭୦ ଟଙ୍କା ପାଇଥିଲା। ଏହାକୁ ପକେଟରେ ଭର୍ତି କରିଥିଲା । ପରେ ଚାବି ନେଇ ଆଲମାରୀ ଲକର ଖୋଲି ସୂନା ନେବା ପାଇଁ ଚେଷ୍ଟା କରୁଥିବା ବେଳେ କିଛି ଜିନିଷ ହାତରୁ ପଡ଼ିଯାଇଥିଲା।

ଶଦ୍ଦ ଶୁଣି ଚକ୍ରଧରଙ୍କ ୧୪ବର୍ଷର  ପୁଅଙ୍କ ନିଦ ଭାଙ୍ଗିଯାଇଥିଲା ।ସେ ଘରେ ଚୋର ପଶିଥିବା ଜାଣିପାରି ସାହାସିକତାର ସହ ଚୋରର ବେକକୁ ଜାବୁଡି ଧରି ପାଟିକରିଥିଲେ । ପାଟି ଶୁଣି ଘରର ଅନ୍ୟମାନେ ଉଠିଆସିବା ସହ ସମସ୍ତେ ମିଶି ଚୋରକୁ କାବୁ କରିବା ସହ ନିସ୍ତୁକ ମାଡ ମାରିଛନ୍ତି।ପରେ ଜରପଡ଼ା ପୋଲିସ କୁ ଖବର ଦେବା ପରେ ଚୋରକୁ ଥାନାକୁ ନେଇ ଅଟକ ରଖି ପଚାର ଉଚରା ଜାରି ରଖିଛି ।

Leave A Reply

Your email address will not be published.