Latest Odisha News

BREAKING NEWS

ଝରକା ଭାଙ୍ଗି ଲୁଟ, ୫୦ ଲକ୍ଷ ଟଙ୍କାର ସୁନା ଗହଣା ନେଇଗଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଝରକା ଭାଙ୍ଗି ଲୁଟିଲେ୨୫ ଭରି ସୁନା । ଛତ୍ରପୁର ଥାନା ଅଧିନ ତୁଳସୀନଗର ଚତୁର୍ଥ ଲାଇନର କିଶୋର ଚନ୍ଦ୍ର ଗୌଡ଼ଙ୍କ ଘରୁ ଲୁଟ । ବିଳମ୍ବିତ ରାତିରେ ଘରେ ପଶି ଲୁଟିଲେ ୨୫ ଭରି ସୁନା,୪୦ ଭରି ରୂପା , ନଗଦ୨୫ ହଜାର ଟଙ୍କା। ଏହାସହ ଏଟିଏମ ,ଆଧାର କାର୍ଡ ଓ ଆନ୍ୟନ୍ୟ କାଗଜପତ୍ର ଚୋରୀ କରି ନେଲେ ଲୁଟେରା ।

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ତୁଳସୀ ନଗର ୪ର୍ଥ ଲାଇନରେ ରହୁଥିବା କିଶୋର ଚନ୍ଦ୍ର ଗୌଡ଼ଙ୍କ ଘରୁ ଗତକାଲି ରାତିରେ ବଡ଼ ଧରଣର ଚୋରି ହୋଇଛି । ବିଳମ୍ବିତ ରାତିରେ ଦୁର୍ବତ୍ତମାନେ ଘରେ ପଶି କିଶୋରଙ୍କ ଘରୁ ୨୫ ଭରି ସୁନା, ୪୦ ଭରି ରୂପା , ନଗଦ୨୫ ହଜାର ଟଙ୍କା ଓ ଏଟିଏମ ,ଆଧାର କାର୍ଡ ସମେତ ଆନ୍ୟନ୍ୟ କାଗଜପତ୍ର ଚୋରି କରି ନେଇଯାଇଛନ୍ତି । ଏ ନେଇ ଛତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି କିଶୋର ଚନ୍ଦ୍ର ଗୌଡ଼ । ଖବର ପାଇ ଘଟଣା ସ୍ଥଳରେ ଛତ୍ରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ। 

 

Leave A Reply

Your email address will not be published.