Latest Odisha News

ସାରଙ୍ଗଯୋଡ଼ି ଓଡିଶା ଗ୍ରାମ୍ୟବ୍ୟାଙ୍କ ଶାଖାରେ ଚୋରି ଉଦ୍ୟମ ଫେଲ୍

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳ ସାରଙ୍ଗଯୋଡି ସ୍ଥିତ ଓଡିଶା ଗ୍ରାମ ବ୍ୟାଙ୍କ ଶାଖା ରୁ ଚୋରି ଉଦ୍ୟମ । ଆଜି ସକାଳୁ ବ୍ୟାଙ୍କ ତାଲା ଭଙ୍ଗା ଯାଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ମୁତାବକ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ତାଲା ଭାଙ୍ଗି ବ୍ୟାଙ୍କ ଭିତରେ ପ୍ରବେଶ କରିଥିଲେ । ହେଲେ ଦୁର୍ବୃତ୍ତମାନେ କୌଣସି ସାମଗ୍ରୀ କିମ୍ବା ଟଙ୍କା ପଇସା ନେଇପାରି ନଥିବା କହିଛନ୍ତି ଆଇଆଇସି ବିଜୟ କେତନ ବେହେରା କହିଛନ୍ତି । ବ୍ୟାଙ୍କରେ ଲାଗିଥିବା ସିସି ଟିଭି ରେ ଦେଖିବାକୁ ମିଳିଛି ଯେ, ଦୁଇ ଜଣ ଚୋର ମୁହଁରେ ମାସ୍କ ପିନ୍ଧି ପ୍ରଥମେ ବ୍ୟାଙ୍କ ର ତାଲା ସହ ମୁଖ୍ୟ ଦ୍ବାର ଓ ସିସିଟିଭିକୁ ମଧ୍ୟ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ।

ଖାଲି ସେତିକି ନୁହେଁ, ବ୍ୟାଙ୍କ ଲକର ତାଡିବାକୁ ମଧ୍ୟ ଚେଷ୍ଟା କରିଥିବା ଜଣାପଡିଛି । ହେଲେ ଏଥିରେ ମଧ୍ୟ ସେମାନେ ବିଫଳ ହୋଇଛନ୍ତି । ତେବେ ଘଟଣାରେ ଚୋରଙ୍କୁ ଧରିବାକୁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

Comments are closed.