Latest Odisha News

BREAKING NEWS

ମେସି, ରୋନାଲ୍ଡୋଙ୍କୁ ପଛରେ ପକାଇ ରବର୍ଟ ଲେବନାଡାସ୍କି ହେଲେ ଫିଫା ପ୍ଲେୟାର ଅଫ ଦି ଇୟର

ଜ୍ୟୁରିକ୍‌: ଫିଫା ପ୍ଲେୟାର ଅଫ ଦି ଇୟର ପୁରସ୍କାର ଦୌଡରେ ଲିଓନେଲ ମେସି ଓ କ୍ରିଷ୍ଟିଆନ ରୋନାଲ୍ଡୋଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ବେୟର୍ଣ୍ଣ ମ୍ୟୁନିକର ରବର୍ଟ ଲେବନାଡାସ୍କି । ୩୨ ବର୍ଷୀୟ ଫୁଟବଲ ଖେଳାଳି ଲେବନାଡାସ୍କି ପ୍ରଥମ ଥର ପାଇଁ ଏହି ସମ୍ମାନଜନକ ପୁରସ୍କାର ହାସଲ କରିଛନ୍ତି । ସେ ଗତ ସିଜନରେ ୪୭ ମ୍ୟାଚରେ ୫୫ ଗୋଲ ସ୍କୋର କରିଛନ୍ତି । ଇଂଲଣ୍ଡ ମାଂଚେଷ୍ଟର ସିଟିର ଲୁସି ବ୍ରୋଞ୍ଜ ମହିଳା ପ୍ଲେୟର ଅଫ ଦି ଇୟର ହୋଇଛନ୍ତି ।

ବେୟର୍ଣ୍ଣ ମ୍ୟୁନିକର ମ୍ୟାନୁଏଲ ନୁଏର ଶ୍ରେଷ୍ଠ ଗୋଲକିପର ଓ ଲିଭରପୁଲର ଜୁର୍ଗନ କ୍ଳୋପ ଶ୍ରେଷ୍ଠ କୋଚ ବିବେଚିତ ହୋଇଛନ୍ତି । ମହିଳା ବିଭାଗରେ ଫ୍ରାନ୍ସର ସାରା ବୌହେଦୀ(ଗୋଲକିପର) ଓ ଦକ୍ଷିଣ କୋରିଆ ଟୋଟେନହାମର ସୋଙ୍ଗ ହ୍ୟୁଙ୍ଗ ମିନ ଶ୍ରେଷ୍ଠ କୋଚ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

Leave A Reply

Your email address will not be published.