Latest Odisha News

ଚଳିତ ବର୍ଷର ‘Hottest Vegetarian’ ଅଭିନେତା ହେଲେ ସୋନୁ

ନୂଆଦିଲ୍ଲୀ: ସୋନୁ ସୁଦ୍‌ଙ୍କୁ ୨୦୨୦ ର ସବୁଠାରୁ ହଟେଷ୍ଟ୍‌ ଭେଜିଟେରିଆନ୍‌ ସେଲିବ୍ରିଟିର ଆଖ୍ୟା ଦିଆଯାଇଛି। ପେଟା ଇଣ୍ଡିଆ ପକ୍ଷରୁ ସୋନୁଙ୍କୁ ଏହି ସମ୍ମାନ ମିଳିଛି। ଏଥିପାଇଁ ସୋନୁ ମଧ୍ୟ ବେଶ୍‌ ଖୁସି ଥିବା ଜଣାପଡ଼ିଛି। ସେ ସୋସିଆଲ ମିଡିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି।

ଅଭିନେତା ସୋନୁ ସୁଦ କରୋନା କାଳରେ ସମସ୍ତଙ୍କୁ ସାହାଯ୍ୟ କରି ଏପରି ଏକ ପରିଚୟ ସୃଷ୍ଟି କରିଛନ୍ତି ଯେ ସମସ୍ତଙ୍କ ଦୃଷ୍ଟିରେ ମହାନ୍‌ ପାଲଟିଯାଇଛନ୍ତି। ଯେଉଁଥିପାଇଁ ସେ କ୍ରମାଗତ ଭାବରେ ସମ୍ମାନିତ ମଧ୍ୟ ହେଉଛନ୍ତି। ବର୍ତ୍ତମାନ ସୋନୁ ସୁଦ ଆଉ ଏକ ସମ୍ମାନର ଅଧିକାରୀ ହେବାକୁ ଯାଉଛନ୍ତି।

ଅଭିନେତା, ସେହି ଟ୍ରଫିର ଫଟୋ ସେୟାର କରିବାବେଳେ ଲେଖିଛନ୍ତି – ଆପଣଙ୍କୁ ବହୁତ ଧନ୍ୟବାଦ। ସୋନୁଙ୍କ ଏହି ପୋଷ୍ଟ ଏବେ ଭାଇରାଲ ହବୋରେ ଲାଗିଛି। ପ୍ରଶଂସକମାନେ ମଧ୍ୟ ସୋନୁଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି।

 

Leave A Reply

Your email address will not be published.