Latest Odisha News

BREAKING NEWS

ଆମେଠୀରୁ ଲଢିବେ ରର୍ବଟ ଭଦ୍ରା!, ଚାରିଆଡେ ଲାଗିଲା ପୋଷ୍ଟର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଯୋରଦାର ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଥିବାବେଳେ, ଏହା ଭିତରେ ଏକ ନୂଆ ଚିତ୍ର ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶ ଆମେଠୀର କଂଗ୍ରେସ କର୍ଯ୍ୟାଳୟ ସମ୍ମୁଖ ବ୍ୟତୀତ ଅନେକ ସ୍ଥାନରେ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ପୋଷ୍ଟର ଲାଗିଥିବାର ଦେଖିବାକୁ ମିଳିଛି ।

ଆଜି ସକାଳୁ ରବର୍ଟ ଭଦ୍ରାଙ୍କ ସମର୍ଥନରେ ଆମେଠୀରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିଲା । ଏହି ପୋଷ୍ଟର୍‌ରେ ରବର୍ଟ ଭଦ୍ରାଙ୍କୁ ପ୍ରାର୍ଥୀ କରିବା ପାଇଁ ଲେଖାଯାଇଛି । ପୋଷ୍ଟର୍‌ରେ ‘ଅମେଠି କୀ ଜନତା କରେ ପୁକାର, ରବର୍ଟ ଭଦ୍ରା ଅବ କୀ ବାର୍‌’ ବୋଲି ଲେଖାଯାଇଛି । ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଛି ।

ତେବେ ଏହି ପୋଷ୍ଟର ଏପରି ସମୟରେ ଲଗାଯାଇଛି, ଯେଉଁ ସମୟରେ ଆମେଠୀ ଆସନକୁ ନେଇ ଅନେକ ଚର୍ଚ୍ଚା ଲାଗିରହିଛି । କାରଣ, ଆମେଠୀ ଦୀର୍ଘ ସମୟ ଧରି କଂଗ୍ରେସର ଗଡ ରହିଥିବାବେଳେ, ୨୦୧୯ ମସିହାରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ଏଠାରୁ ଚତ୍ମକାର ବିଜୟ ହାସଲ କରିଥିଲେ ।

ସେହିପରି ଚଳିତ ନିର୍ବାଚନରେ ପ୍ରାୟ ସମସ୍ତ ଆସନରେ ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ହେଲେ ଏଯାବତ୍ ଉତ୍ତରପ୍ରଦେଶର ଅମେଠୀ ଆସନରୁ କିଏ କଂଗ୍ରେସର ପ୍ରାର୍ଥୀ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ଏହି ଆସନରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଥିବାବେଳେ, ବର୍ତ୍ତମାନ ଏହାରି ମଧ୍ୟରେ ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ଫଟୋ ଥିବା ଏକ ପୋଷ୍ଟର୍‌ ଲଗାଯିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

 

Leave A Reply

Your email address will not be published.