Latest Odisha News

BREAKING NEWS

କର୍ଣ୍ଣାଟକ ସରକାରଙ୍କ ବଡ ନିଷ୍ପତି, ଓବିସିରେ ସାମିଲ ହେଲେ ସମସ୍ତ ମୁସଲମାନ

ବେଙ୍ଗାଲୁରୁ: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ଣ୍ଣାଟକ ସରକାର ମୁସଲିମ୍ ମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛନ୍ତି । ପଛୁଆ ବର୍ଗର ଜାତୀୟ ଆୟୋଗଙ୍କ କହିବା ଅନୁସାରେ, କର୍ଣ୍ଣାଟକ ସରକାରଙ୍କ ତଥ୍ୟ ଅନୁଯାୟୀ କର୍ଣ୍ଣାଟକର ସମସ୍ତ ମୁସଲିମ୍ ଜାତି ଏବଂ ସମ୍ପ୍ରଦାୟ ରାଜ୍ୟ ସରକାରଙ୍କ ଅଧୀନରେ ନିଯୁକ୍ତି ତଥା ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ପାଇଁ ଓବିସି ତାଲିକାରେ ସ୍ଥାନ ପାଇଛନ୍ତି। । ଶ୍ରେଣୀ ୨-ବି ଅଧୀନରେ କର୍ଣ୍ଣାଟକ ରାଜ୍ୟର ସମସ୍ତ ମୁସଲମାନଙ୍କୁ ଓବିସି ଭାବେ ବିବେଚନା କରାଯାଇଛି ।

ଆୟୋଗ କହିଛନ୍ତି ଯେ ଶ୍ରେଣୀ-୧ ରେ ୧୭ ଟି ମୁସଲମାନ ସମ୍ପ୍ରଦାୟକୁ ଓବିସି ଭାବରେ ବିବେଚନା କରାଯାଉଥିବାବେଳେ ଶ୍ରେଣୀ-୨ ଏରେ ୧୯ ଟି ମୁସଲମାନ ସମ୍ପ୍ରଦାୟକୁ ଓବିସି ଭାବରେ ବିବେଚନା କରାଯାଇଛି । ଏନସିବିସି ସଭାପତି ହଂଶରାଜ ଗଙ୍ଗାରାମ ଅହିରଙ୍କ ଅନୁଯାୟୀ, “କର୍ଣ୍ଣାଟକ ସରକାରଙ୍କ ନିଯୁକ୍ତି ସଂରକ୍ଷଣ ତଥା କର୍ଣ୍ଣାଟକ ସରକାରଙ୍କ ଅଧୀନରେ ଥିବା ଶିକ୍ଷାନୁଷ୍ଠାନରେ ଆଡମିଶନ ପାଇଁ ସମସ୍ତ ମୁସଲମାନଙ୍କୁ ଓବିସିର ରାଜ୍ୟ ତାଲିକାରେ ସାମିଲ କରାଯାଇଛି ।

କର୍ଣ୍ଣାଟକ ସରକାରଙ୍କ ପଛୁଆ ବର୍ଗ କଲ୍ୟାଣ ବିଭାଗ ଜାତୀୟ ପଛୁଆ ବର୍ଗ ଆୟୋଗଙ୍କୁ ମୁସଲମାନ ଏବଂ ଖ୍ରୀଷ୍ଟିଆନମାନେ କର୍ଣ୍ଣାଟକରେ ଧାର୍ମିକ ସଂଖ୍ୟାଲଘୁ ନୁହଁନ୍ତି ବୋଲି ଲିଖିତ ଭାବରେ ସୂଚନା ଦେଇଛନ୍ତି । ପ୍ରଥମ ଶ୍ରେଣୀରେ ଓବିସିରେ ସାମିଲ ହୋଇଥିବା ୧୭ ଟି ମୁସଲମାନ ସମ୍ପ୍ରଦାୟ ହେଉଛନ୍ତି ନାଦାଫ, ପିଞ୍ଜର, ଦର୍ବେଶ, ଛପ୍ପରବନ୍ଦ, କସାବ, ଫୁଲମାଲି (ମୁସଲିମ), ନାଲବନ୍ଦ, କସାଇ, ଅଥାରି, ଶିକ୍କାଲିଗାରା, ସିକ୍କାଲିଗର, ସାଲାବନ୍ଦ, ଲଦାଫ, ଥିକାନଗର, ବାଜିଗାରା, ଜୋହରୀ ଏବଂ ପିଞ୍ଜାରୀ ।

Leave A Reply

Your email address will not be published.