Latest Odisha News

BREAKING NEWS

ଛାତି ଥରାଇଦେବ ଏହି ଘଟଣା, ୬ ବର୍ଷରେ ଅନେକ ଥର ଦୁଷ୍କର୍ମ, ଜଣେ ନୁହେଁ ହଜାର ହଜାର ଲୋକ ରଖୁଥିଲେ ସମ୍ପର୍କ

ନୂଆଦିଲ୍ଲୀ: ବ୍ରିଟେନରେ ଝିଅ ମାନଙ୍କର ଭୟର କାରଣ ସାଜିଛି ଗ୍ରୁମିଙ୍ଗ୍ ଗ୍ୟାଙ୍ଗ । ରୋଶଡେଲ, ରାଁଦରହୋମ୍ ଏବଂ ଓଲ୍ଡହୋମ୍ ସମେତ ବ୍ରିଟେନର ଅନେକ ସହରରେ ପାକିସ୍ତାନୀମାନଙ୍କ ଦ୍ୱାରା ପରିଚାଳିତ ଗ୍ରୁମିଙ୍ଗ୍ ଗ୍ୟାଙ୍ଗ ଅନେକ ନିରୀହ ଝିଅଙ୍କ ଜୀବନକୁ କଳା ଅନ୍ଧାର ମଧ୍ୟକୁ ଠେଲି ଦେଇଛି । ଏହି ଗ୍ୟାଙ୍ଗଗୁଡିକ ପ୍ରଥମେ ଝିଅ ମାନଙ୍କ ସହ ବନ୍ଧୁତାର ହାତ ମିଶାଇ ସେମାନଙ୍କୁ ପ୍ରଲୋଭିତ କରି ନିଜ ନିୟନ୍ତ୍ରଣକୁ ନିଅନ୍ତି । ଏହା ପରେ ପ୍ରେମର ଜାଲରେ ଫଶାଇ ସେମାନଙ୍କ ସହ ଅନେକ ବର୍ଷ ଧରି ଏପରି ଘୃଣ୍ୟ କାର୍ଯ୍ୟ କରିଛନ୍ତି ଯାହା କହିହେବ ନାହିଁ । ନିକଟରେ ବ୍ରିଟିଶ କୋର୍ଟ ଦୁଇଜଣ ନାବାଳିକାଙ୍କ ଦ୍ଵାରା ଦାୟର ହୋଇଥିବା ମାମଲାର ଶୁଣାଣି କରିଛନ୍ତି, ଯେଉଁମାନେ ପାକିସ୍ତାନୀମାନଙ୍କ ଦ୍ୱାରା ପରିଚାଳିତ ଏହି ଗ୍ରୁମିଙ୍ଗ ଗ୍ୟାଙ୍ଗରେ ଫସି ଦୀର୍ଘ ସମୟ ଧରି ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଏହି ଝିଅମାନେ ।

ତେବେ ଏହି ମାମଲା ଏବେକାର ନୁହେଁ । ଏକ ଦଶନ୍ଧିରୁ ଅଧିକ ହୋଇଯିବ ଏହି ଘଟଣାକୁ । ବ୍ରିଟିଶ କୋର୍ଟଙ୍କ ଶୁଣାଣି ଏବେ ପୁଣି ସେହି ଘଟଣାକୁ ସାମ୍ନାକୁ ଆଣିଛି । ଟେସଲା ଏବଂ ସ୍ପେସ୍ ଏକ୍ସର ମାଲିକ ଏଲୋନ୍ ମସ୍କ ଏଥିପାଇଁ ବ୍ରିଟିଶ ସରକାରଙ୍କୁ ସମାଲୋଚନା କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ଏହି ମାମଲାଗୁଡ଼ିକ ସୁଚିନ୍ତିତ ଭାବେ ଲୁଚି ରହିଥିଲା ​​ଏବଂ ସରକାର ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ଏହି ଅଭିଯୋଗ ପରେ ବର୍ତ୍ତମାନ ଅଦାଲତ ଏକ ମାମଲାର ଶୁଣାଣୀ କରି ୧୨ରୁ ଅଧିକ ଅଭିଯୁକ୍ତଙ୍କୁ ଦଣ୍ଡ ଶୁଣାଇଛନ୍ତି । ଅଭିଯୁକ୍ତଙ୍କ ମଧ୍ୟରୁ ଅଧିକାଂଶ ଦକ୍ଷିଣ ଏସୀୟ ବୋଲି ଜଣାପଡିଛି।

ଏହି ଯୌନ ଅପରାଧୀଙ୍କ ଶିକାର ହୋଇଥିବା ଅଧିକାଂଶ ଝିଅଙ୍କ ରଙ୍ଗ ଗୋରା । ଅଦାଲତରେ କୁହାଯାଇଛି ଯେ ଜାତିଭିତ୍ତିକ ଦୃଶ୍ୟକୁ ଏଡ଼ାଇବା ପାଇଁ ପୋଲିସ ଏବଂ ସାମାଜିକ କର୍ମୀମାନେ ଏହି ଝିଅମାନଙ୍କୁ ଯୌନ ଶୋଷଣରୁ ରକ୍ଷା କରିବାରେ ବିଫଳ ହେବା ସହ ଅପରାଧୀମାନଙ୍କୁ ଦଣ୍ଡ ଦେବାରେ ମଧ୍ୟ ବିଫଳ ହୋଇଛି । ନିକଟରେ ହୋଇଥିବା ଏକ ଶୁଣାଣିରୁ ଜଣାପଡିଛି ଯେ ରୋଶଡେଲରେ ଦୁଇଜଣ ୧୩ ବର୍ଷର ନାବାଳିକାଙ୍କୁ ୮ ଜଣ ଅଭିଯୁକ୍ତ ଦୁଷ୍କର୍ମ କରିବା ସହ ସେମାନଙ୍କୁ ଅନେକ ଦିନ ଧରି ଯୌନ ନିର୍ଯ୍ୟାତନା ଦେଇଛନ୍ତି । ଏହି ଅଭିଯୁକ୍ତ ମାନେ ନିଜେ ବାରମ୍ବାର ସେହି ଝିଅ ମାନଙ୍କ ସହିତ ଦୁଷ୍କର୍ମ କରିବା ସହ ସେମାନଙ୍କୁ ଅନ୍ୟ ଲୋକମାନଙ୍କ ପାଖକୁ ମଧ୍ୟ ପଠାଇଥିଲେ । ସେହି ଲୋକମାନେ ମଧ୍ୟ ସେମାନଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ । କୋର୍ଟ ଏହି ୮ ଅଭିଯୁକ୍ତଙ୍କ ଉପରେ ୫୬ ଯୌନ ଅପରାଧର ଆରୋପ ଲଗାଇଛି । ୨୦୦୧ ରୁ ୨୦୦୬ ମଧ୍ୟରେ ଏହି ଦୁଇ ନାବାଳିକାଙ୍କ ସହ ଅନେକ ଥର ଦୁଷ୍କର୍ମ କରାଯାଇଛି ।

କୋର୍ଟ କହିଛି ଯେ, ମହମ୍ମଦ ଜାହିଦ୍ ନାମକ ଜଣେ ବ୍ୟକ୍ତି ଏହି ଗ୍ରୁମିଙ୍ଗ୍ ଗ୍ୟାଙ୍ଗ୍ ଚଳାଉଥିଲେ । ଏବଂ ତାଙ୍କ ଗ୍ୟାଙ୍ଗ୍ ଯୌନ କାର୍ଯ୍ୟ ପାଇଁ ଅନେକ ଝିଅଙ୍କୁ ଚାଲାଣ ମଧ୍ୟ କରୁଥିଲା । ଏହି ଝିଅମାନେ ତାଙ୍କୁ ‘ବସମ୍ୟାନ୍’ ଭାବରେ ଜାଣନ୍ତି । ଏହି ଅଭିଯୁକ୍ତମାନେ ହେଉଛନ୍ତି ମହମ୍ମଦ ଜାହିଦ, କାଶୀର ବଶୀର, ମୁସ୍ତାକ ଅହମ୍ମଦ, ରୋହିଜ ଖାନ, ମହମ୍ମଦ ଶାହାଜାଦ, ନିସର ହୁସେନ୍, ନହୀମ ଅକ୍ରମ ଏବଂ ଅର୍ଫାନ ଖାନ। ତେବେ ଏମାନଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅଭିଯୁକ୍ତମାନେ ଅସ୍ୱୀକାର କରିଛନ୍ତି। ସେପଟେ କିନ୍ତୁ ଝିଅମାନେ କୋର୍ଟରେ କହିଛନ୍ତି ଯେ, ସେମାନଙ୍କୁ ଅବ୍ୟବହୃତ ଫ୍ଲାଟ, କାର, କାର ପାର୍କିଂ ସ୍ଥାନ, ରାସ୍ତାଘାଟ କିମ୍ବା ଅବ୍ୟବହୃତ ଗୋଦାମ ଘରକୁ ନିଆଯାଇ ବାରମ୍ବାର ଦୁଷ୍କର୍ମ କରାଯାଇଛି । ଏକରୁ ଏକାଧିକ ଲୋକଙ୍କ ସହ ଏକକାଳିନ ଶାରୀରିକ ସମ୍ପର୍କ ରଖିବାକୁ ଏମାନଙ୍କୁ ବାଧ୍ୟ କରୁଥିଲା ଏହି ଗ୍ୟାଙ୍ଗ ।

Comments are closed.