Latest Odisha News

BREAKING NEWS

ପରିବାର ଭରଣ ପୋଷଣ ପାଇଁ ହାତ ଯୋଡି କାମ ମାଗୁଛନ୍ତି ଭାରତର ଏହି ପୂର୍ବତନ କ୍ରିକେଟର

ମୁମ୍ବାଇ: ପରିବାର ଭରଣ ପୋଷଣ ପାଇଁ ଭାରତର ଜଣେ ପୂର୍ବତନ କ୍ରିକେଟର ଗଣମାଧ୍ୟମ ସମ୍ମୁଖରେ ହାତଯୋଡି କାମ ମାଗୁଥିବା ଦେଖିବାକୁ ମିଳୁଛି । ଏହି କ୍ରିକେଟରଜଣଙ୍କ ହେଲେ ବିନୋଦ କାମ୍ବଲୀ । ସ୍କୁଲ କ୍ରିକେଟରୁ ସଚିନ ତେନ୍ଦୁଲକରଙ୍କ ସାଥୀ ହୋଇ କୀର୍ତିମାନ ସ୍ଥାପନ କରିଥିବା କାମ୍ବଲି ଆନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ଧମାକାଦାର ଷ୍ଟାଇଲେ ଏଂଟ୍ରି କରିଥିଲେ । ମାତ୍ର କ୍ରିକେଟର ଗ୍ଲାମର, ଅର୍ଥ ଆଗରେ ବାଟବଣା ହୋଇଗଲେ କାମ୍ବଲୀ । ଜାତୀୟ ଦଳରୁ ବାଦ ପଡିବା ପରେ ତାଙ୍କୁ ଦୁର୍ଗତି ଆରମ୍ଭ ହୋଇ ଯାଇଥିଲା । ବେକରେ ସୁନା ଚେନ, ହାତର ବ୍ରେସଲେଟ ଓ ଦାମୀ ଘଡି ଏବେ ଗାଏବ ହୋଇଯାଇଛି । ଏପରିକି ମୋବାଇଲର ସ୍କ୍ରିନ ବି ଭାଙ୍ଗି ଯାଇଛି । ପତଳା ଶରୀର ଓ ଧଳା ଦାଢ଼ୀ ରଖିଥିବା କାମ୍ବଲୀଙ୍କୁ ଚିହ୍ନିବା କଷ୍ଟକର ହୋଇ ପଡିଥିଲା । ଏମସିଏର କଫି ଶପରେ ଜଣେ ବନ୍ଧୁକ ସହ ସେ ଯାଇଥିବା ବେଳେ ମିଡିଆ ତାଙ୍କୁ ଚିହ୍ନଥିଲା । କାମ୍ବଲୀ ମଧ୍ୟ ମିଡିଆ ଆଗରେ ପରିବାର ଭରଣ ପୋଷଣ ପାଇଁ କାମ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ ।

ବିସିସିଆଇ ପକ୍ଷରୁ ମିଳୁଥିବା ୩୦୦୦ ପେନଶନ ଏବେ ତାଙ୍କର ସବୁ କିଛି ହୋଇଛି । ସଚିନଙ୍କ ସମ୍ପର୍କରେ ତାଙ୍କୁ ପଚରା ଯିବାରୁ ସେ କହିଥିଲେ ମୋ ବିଷୟରେ ସେ ସବୁ ଜାଣନ୍ତି । ତେନ୍ଦୁଲକର ମିଡିଲସେକ୍ସ ଗ୍ଲୋବାଲ ଏକାଡେମୀର ମୋତେ କାର୍ଯ୍ୟଭାର ଦେଇଥିବା ବେଳେ ମୁଁ ବେଶ ଖୁସି ଥିଲି । ସେ ସର୍ବଦା ମୋ ସହିତ ଛିଡା ହୋଇଛନ୍ତି । ୨୩ ବର୍ଷ ବୟସରେ କାମ୍ବଲୀ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ ।

Leave A Reply

Your email address will not be published.