Latest Odisha News

କଟକ ପରେ ଅହମ୍ମଦାବାଦରେ ବି ଗର୍ଜିପାରେ ରୋହିତଙ୍କ ବ୍ୟାଟ

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । କଟକ ବାରବାଟୀରେ ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆରେ ଶତକ ହାସଲ କରି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଫର୍ମକୁ ଫେରିଛନ୍ତି । ଏଠାରେ ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ରୋହିତଙ୍କ ବ୍ୟାଟ ପୂନର୍ବାର ଗର୍ଜିପାରେ ବୋଲି ଆଶା କରାଯାଉଛି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୋହିତଙ୍କ ପ୍ରଦର୍ଶନ ଭଲ ରହିଛି । ସେ ଏଠାରେ ୧୧ ଛକା, ୩୬ ଚୌକା ମାରିବା ସହ ୩୫୪ ରନ କରିଛନ୍ତି । ହିଟମ୍ୟାନଙ୍କ ଆଭରେଜ ଅହମ୍ମଦାବାଦରେ ୫୦.୫୭ ରହିଥିବା ବେଳେ ଷ୍ଟ୍ରାଇକ ରେଟ ୧୦୭ର ୁ ଊର୍ଦ୍ଧ୍ୱ ରହିଛି ।

ଏଠାରେ ସେ ଅବଶ୍ୟ ଇଂଲଣ୍ଡ ବିପକ୍ଷରେ କୌଣସି ମ୍ୟାଚ ଖେଳି ନାହାନ୍ତି । ସେ ଅଷ୍ଟ୍ରେଲିଆ ବିପକ୍ଷରେ ୪୭, ପାକିସ୍ତାନ ବିରୋଧରେ ୮୬ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୮ ରନ କରିଛନ୍ତି । ୱେଷ୍ଟଇଣ୍ଡିଜ ବିରୋଧରେ ସେ ଏଠାରେ ୪ ମ୍ୟାଚରୁ ୧୭୩ ରନ ସଂଗ୍ରହ କରିଛନ୍ତି । ନାଗପୁର ଓ କଟକ ଦିନିକିଆ ଜିତି ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତି ନେଇଛି । ସିରିଜର ଅନ୍ତିମ ମୁକାବିଲା ଏଠାରେ ଖେଳାଯିବ । ଯଦି ଭାରତ ଏହି ମ୍ୟାଚକୁ ଜିତି ନିଏ ତେବେ ୧୪ ବର୍ଷ ପରେ ଇଂଲଣ୍ଡ ବିପକ୍ଷରେ କ୍ଲିନ ସୁଇପ କରିବ ।

Comments are closed.