ଭୁବନେଶ୍ୱର: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ତଥା ଧୁଆଁଧାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ଟୁଇଟ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ରୋହିତଙ୍କ ଭେରିଫାଏଡ୍ ଟୁଇଟର୍ ଆକାଉଣ୍ଟରୁ ତିନୋଟି ଅଜବଗଜବ ଟୁଇଟ୍ ଆସିବା ପରେ ଏହି ଚର୍ଚ୍ଚା ସାମ୍ନାକୁ ଆସିଛି ।
ଏହି ତିନୋଟି ଟୁଇଟ୍ ପାଖାପାଖି ଦୁଇରୁ ତିନିଘଣ୍ଟା ବ୍ୟବଧାନରେ ପ୍ରକାଶିତ ହୋଇଥିଲା । ହେଲେ ଏହି ଅଜବ ଟୁଇଟ୍ ଗୁଡିକୁ ସୋସିଆଲ୍ ମିଡିଆ ୟୁଜରମାନେ ସହଜରେ ଗ୍ରହଣ କରିପାରିନାହାନ୍ତି । ଖାସ୍ ଏହି କାରଣରୁ ରୋହିତଙ୍କ ଟୁଇଟର୍ ଆକାଉଣ୍ଟ ହ୍ୟାକ୍ ହୋଇଥିବା ନେଇ ଅନେକ ଦାବି କରିଛନ୍ତି । କେହିକେହି ଏପରି ବି ଦାବି କରିଛନ୍ତି ଯେ, ରୋହିତଙ୍କ ଆକାଉଣ୍ଟକୁ କୁଆଡେ କୋହଲିଙ୍କ ହତାଶ ଫ୍ୟାନମାନେ ହ୍ୟାକ୍ କରିଛନ୍ତି । ତେବେ ଆକାଉଣ୍ଟ ହ୍ୟାକ୍ ହୋଇଥିବା ନେଇ ବର୍ତ୍ତମାନ ସୁଦ୍ଧା ରୋହିତଙ୍କ ତରଫରୁ କୌଣସି ସୂଚନା ମିଳିପାରିନାହିଁ ।
ସଦ୍ୟ ସ୍ଥିତିରେ ରୋହିତ ଶ୍ରୀଲକ୍ଷା ବିପକ୍ଷ ଟେଷ୍ଟ ମ୍ୟାଚ୍ ପାଇଁ ପ୍ରସ୍ତୁତି ଚଲାଇଛନ୍ତି । ପୂର୍ବରୁ ଆହତ କାରଣରୁ ସେ ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ସିରିଜରୁ ବାଦ୍ ପଡିଥିଲେ । ଖାସ ଏହି କାରଣରୁ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ମ୍ୟାଚ୍ ତାଙ୍କ ପାଇଁ ଚାଲେଂଜ ସଦୃଶ ଉଭା ହୋଇଛି ।
Comments are closed.