Latest Odisha News

BREAKING NEWS

ଯୁଦ୍ଧ ଶାନ୍ତି ପାଇଁ ଚକରିଆଶୁଣୀ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

କେନ୍ଦୁଝର: ସଂପ୍ରତି ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଶାନ୍ତିପୂର୍ଣ୍ଣ ଅବସାନ ପାଇଁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଧନୁର୍ଜୟ ନାରାୟଣପୁର ଶାସନର ପ୍ରତ୍ୟକ୍ଷ ଦେବୀ ଚକରିଆଶୁଣୀ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ଫେବୃଆରୀ ୨୮ ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ୟ୍ୟନ୍ତ ତିନି ଦିନ ବ୍ୟାପୀ ଏହି ମହାଯଜ୍ଞରେ ବିଶ୍ୱ ଶାନ୍ତି ସ୍ଥାପନ ପାଇଁ ଘୃତାହୁତି ପ୍ରଦାନ କରାଯାଇଥିଲା। ଚକରିଆଶୁଣୀ ମନ୍ଦିର ଟ୍ରଷ୍ଟର ପରିଚାଳନାରେ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଶାନ୍ତି ଯଜ୍ଞ ଅନୁଷ୍ଠାନ କରାଯାଇଥାଏ।

ଚଳିତବର୍ଷ ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଥିବା ବିବାଦର ଶାନ୍ତିପୂର୍ଣ୍ଣ ଅବସାନ ନିମନ୍ତେ ସମୂହ ଯଜମାନ ଆହୁତି ପ୍ରଦାନ କରିଥିଲେ। କାର୍ୟ୍ୟକ୍ରମରେ ନବ ନିର୍ବାଚିତ ଜିଲ୍ଲାପରିଷଦ ସଦସ୍ୟ ସୋମନାଥ ଦାସ ଏବଂ ସରପଞ୍ଚ ହରପ୍ରିୟା ଦଣ୍ଡପାଟ ଓ ତାଙ୍କ ପ୍ରତିନିଧି ଅଜୟ କୁମାର ଘଡ଼େଇ, ସମିତି ସଭ୍ୟା ଦମୟନ୍ତୀ ଜେନାଙ୍କ ପ୍ରତିନିଧି ଅଭୟ କୁମାର ଜେନା, ଦୁର୍ଗା ପ୍ରସାଦ ଆଇଚ, ଅଭୟ କୁମାର ବିଶ୍ୱାଳ, ଗୌରଙ୍ଗ ସାମଲ ଓ ଅନ୍ତର୍ୟ୍ୟାମୀ ରାଉତ ପ୍ରମୁଖ ଯୋଗଦେଇ ଆହୁତି ପ୍ରଦାନ ପୂର୍ବକ ଟ୍ରଷ୍ଟର କାର୍ୟ୍ୟକୁ ପ୍ରଶଂସା କରିବା ସହ ଉତ୍ସାହିତ କରିଥିଲେ।

ସୂଚନାଯୋଗ୍ୟ, ପ୍ରତିବର୍ଷ ଟ୍ରଷ୍ଟର ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟରେ ଶ୍ରୀ ଦାସ କ୍ରମାଗତ ଭାବେ ସହଯୋଗ କରିଆସୁଛନ୍ତି । ତ୍ରିଦିବସୀୟ କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବସନ୍ତ କୁମାର ରଥ, ଗୟାଧର ମିଶ୍ର, ରମେଶ ରଥ, ଅଭିରାମ ରଥ, ରତ୍ନାକର ପତି ଓ ରଞ୍ଜିତା ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.